ଖରାଦିନେ ଅଂଶୁଘାତରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ଖରାଦିନ ଆରମ୍ଭ ହୋଇସାରିଲାଣି। ଆଗାମୀ ୨-୩ ମାସ ଏବେ ପାରଦ ଉପରମୁହାଁ ରହିବ ଓ ଲୁ ବା ଅଂଶୁଘାତ ଆରମ୍ଭ ହୋଇଯିବ। ପ୍ରଚଣ୍ଡ ଖରା ଗରମ ଯୋଗୁ ଘରୁ ବାହାରିବା ବି ମୁସ୍କିଲ ହୋଇଯିବ। ଏଭଳି ସ୍ଥିତିରେ ଯଦି ସାବଧାନ ନ ରହିବେ ତେବେ ବେମାର ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା କେତେକ ଘରୋଇ ଉପାୟ ଯାହାକୁ ଆପଣାଇ ଆପଣ ଅଂଶୁଘାତରୁ ବର୍ତ୍ତିପାରିବେ…
- ଲୁ’ରୁ ବର୍ତ୍ତିବା ପାଇଁ କେବେ ବି ଖାଲି ପେଟରେ ଘରୁ ବାହାରନ୍ତୁ ନାହିଁ।
- ଏହି ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ। ଘରୁ ବାହାରିବା ବେଳେ ସାଙ୍ଗରେ ପାଣି ବୋତଲ ବି ନିଅନ୍ତୁ।
- ଖରାଦିନେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଯେତେ ପାରୁଛନ୍ତି ସେତେ ହାଲ୍କା ଖାଦ୍ୟ ଖାଆନ୍ତୁ।
- ତେଲ ମସଲା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
- ଲୁ’ରୁ ବଞ୍ଚିବା ପାଇଁ ନଡ଼ିଆ ପାଣି, ସରବତ, ଲସି, ଆମ୍ବ ରସ ଆଦି ପାନ କରନ୍ତୁ।
- ଖରାଦିନେ ଅମୃତଭଣ୍ଡା, କମଳା, ପିଜୁଳି, ଅଙ୍ଗୁର, ତରଭୁଜ, କାକୁଡ଼ି ଭଳି ଫଳ ଖାଆନ୍ତୁ।
- ଘରୁ ବାହାରିବା ବେଳେ ହାଲ୍କା ରଙ୍ଗର କଟନ୍ ଡ୍ରେସ୍ ପିନ୍ଧନ୍ତୁ।
- ବାହାରକୁ ଯିବା ବେଳେ ସନ୍ ଗ୍ଲାସ୍ ବ୍ୟବହାର କରନ୍ତୁ।