Below header

ବଣାଇରେ ଚାଞ୍ଚଲ୍ୟ : ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ

ସୁନ୍ଦରଗଡ଼ (କେନ୍ୟୁଜ) : ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଗତ ଗୁରୁବାର ଦିନ ବଣାଇ ଜଗନ୍ନାଥପୁର ସାହିରେ ନାବାଳିକାଙ୍କୁ ଘରେ ଏକୁଟିଆ ପାଇ ପଡ଼ୋଶୀ ଘରେ ରହୁଥିବା ଯୁବକ ସତ୍ୟ ସ୍ୱାଇଁ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲା । ତାପରେ ଘଟଣା ପ୍ରଘଟ ହୋଇଯିବା ଭୟରେ ଘରେ ଥିବା ଫିନାଇଲକୁ ନାବାଳିକାଙ୍କୁ ଜବରଦସ୍ତ ପିଆଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଥିଲା । ବ୍ୟବସାୟରୁ ଫେରି ନାବାଳିକାଙ୍କ ବାପା ମା ତାଙ୍କୁ ଅଚେତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ରାଉରକେଲା ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା । ହୋସ୍‌ ଆସିବା ପରେ ନାବାଳିକା ଜଣଙ୍କ ସବୁ କଥା ଲେଖା ମାଧ୍ୟମରେ ଜଣାଇଥିଲେ। ଏନେଇ ଗତକାଲି ରାତିରେ ବଣାଇ ଥାନାରେ ଏତଲା ଦେବାପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଲାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.