Below header

ନବରଙ୍ଗପୁର: ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ

ଉମରକୋଟ(କେନ୍ୟୁଜ୍):   ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ।  ଉମରକୋଟ ଅଞ୍ଚଳର ଜଣେ ଯୁବତୀ ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ଅଞ୍ଚଳରେ ବାହା ହୋଇଥିଲେ । କିନ୍ତୁ ତାଙ୍କର ପୂର୍ବରୁ ତାଙ୍କ ଗ୍ରାମର ଜଣେ ଯୁବକ ଙ୍କ ସହ ପ୍ରେମ ସଂପର୍କ ରହୁଥିଲା । ଯୁବତୀ ଜଣକ ବାହା ହେବା ପରେ କିଛି ବର୍ଷ ସ୍ଵାମୀଙ୍କ ପାଖରେ ରହିଲେ । ଏବଂ ତାଙ୍କର ଗୋଟିଏ ସନ୍ତାନ ବି ରହିଛି ।  କିନ୍ତୁ ସେ ତାଙ୍କ ବାପ ଘରକୁ ଆସିବା ସମୟରେ ପୂର୍ବ ପ୍ରେମିକ ସହ ସମ୍ପର୍କ ରଖିବାରୁ ତାଙ୍କ ପ୍ରଥମ ସ୍ବାମୀ ତାଙ୍କୁ ଛାଡ଼ି ଦେଇଥିଲେ  ।

ସ୍ବାମୀ ଛାଡ଼ିବା ପରେ ମହିଳା ଜଣକ ପୂର୍ବରୁ ଭଲ ପାଉଥିବା ପ୍ରେମିକ ସହ ବାହା ହେଇଗଲେ । ଉଭୟ ୪ ମାସ ଭୁବନେଶ୍ବରରେ ଯାଇ ରହୁଥିଲେ । ଏବଂ ପରେ ଉଭୟ ଉମରକୋଟରେ ଯୁବତୀଙ୍କ ସମ୍ପର୍କୀୟଙ୍କ ନିକଟରେ ରହିଲେ । ଏହି ସମୟରେ ତାଙ୍କର ବର୍ତ୍ତମାନର ସ୍ଵାମୀ ଯୁବତୀଙ୍କ  ଅନେକ ଅଶ୍ଳୀଳ ଭିଡ଼ିଓ ଓ ଫୋଟ  ଫେସଵୁକ୍ ରେ ଭାଇରାଲ କରିଦେଲେ । ଏନେଇ ଯୁବତୀ ଜଣକ ନିଜ  ବର୍ତ୍ତମାନର ସ୍ଵାମୀ ମନୋଜ  କୁମାର ନାୟକଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି  ।  ଉମରକୋଟ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ମନୋଜ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ଜବତ୍ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.