କି ଯୁଗ ହେଲା ! ପ୍ରଭୁ ମୋତେ କ୍ଷମା କରିବ, ଆଗେ ହାତ ଯୋଡ଼ି ଆଶୀର୍ବାଦ ନେଲା ତା ପରେ ସଂକଟ ମୋଚନଙ୍କ ଆଖି ତାଡ଼ି ନେଲା ଚୋର

କଟକ (କେନ୍ୟୁଜ) : ବାଃ ବାଃରେ ଭକ୍ତି ମାନିବାକୁ ପଡିବ ଏ ବ୍ୟକ୍ତିଙ୍କୁ। କି ଯୁଗ ହେଲା ଇଏ। ପ୍ରଥମେ ଭଗବାନଙ୍କୁ ମୁଣ୍ଡିଆ ମାରି ମନସ୍କାମନା ପୂରଣ କରିବାକୁ ପ୍ରାର୍ଥନା କଲେ। ତାପରେ ସେହି ଭଗବାନଙ୍କୁ ନିକଟରୁ ହିଁ ଚୋରୀ। ବାଃ କେଡେ ସାହସ ମ ଏ ବ୍ୟକ୍ତିଙ୍କର। ଚୋରର ଭକ୍ତି ଭାବ ଦେଖିଲେ ଆପଣ ବି ଚକିତ ହେବା ସହିତ ମୁଣ୍ଡରେ ହାତ ଦେଇଦେବେ।

ସଙ୍କଟ ମୋଚନଙ୍କୁ ପ୍ରଣାମ କରି, ସବୁ ସଙ୍କଟ ଦୂର କରିବାର ପ୍ରାର୍ଥନା କରି ସଙ୍କଟ ମୋଚନଙ୍କୁ ହିଁ ଲୁଟି ନେଇଛି ଚୋର । ପ୍ରଥମେ ଭଗବାନଙ୍କୁ ହାତଯୋଡି ସ୍ମରଣ କରିବା ପରେ ସେହି ସଙ୍କଟ ମୋଚନଙ୍କର ଚକ୍ଷୁ ଲୁଟି ନେଲା ଚୋର। ତାହା ପୁଣି ରାତିର ଅନ୍ଧକାରରେ ନୁହେଁ ସ୍ପଷ୍ଟ ଦିବା ଲୋକରେ ।

ଏହି ଚୋରି ହୋଇଛି କଟକ ଗଣେଶଘାଟ ନିକଟରେ ଥିବା ଏକ ହନୁମାନ ମନ୍ଦିରରେ। ଯେଉଁଠି ଜଣେ ଯୁବକ ପହଞ୍ଚି ପ୍ରଥମେ ମହାବୀରଙ୍କୁ ହାତ ଯୋଡି ଏକଦମ୍ ସାଧାସିଧା ଭାବରେ ମୁଣ୍ଡିଆ ମାରିଥିଲେ । ପରେ ସେହି ମନ୍ଦିରର ଭଗବାନଙ୍କ ନିକଟରେ ଲାଗିଥିବା ସୁନା ଅଳଙ୍କାର ଏବଂ ଚକ୍ଷୁ ଲୁଟି ନେଇ ଯୁବକ ଜଣକ ଫେରାର ହୋଇଯାଉଛି । ଏହି ପୂରା ଘଟଣାର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି।

ଯାହାଦ୍ୱାରା ଚୋରର ଭକ୍ତିଭାବ ଏବଂ ଚୋରି ଉଭୟ ବିଷୟରେ ଜଣାପଡିଲା। ତେବେ ଏ ଚୋରର ସାହସକୁ ମାନିବାକୁ ପଡିବ, ଆଉ କେହି ନୁହେଁ ସେ ପୁଣି ମହାବୀର ହନୁମାନଙ୍କ ଠାରୁ ଚୋରି। ତାମାନେ ଜଣାପଡୁଛି ଯଦି ଭଗବାନଙ୍କ ଠାରୁ ଲୁଟ ହୋଇପାରୁଛି ତାହେଲେ ସାଧାରଣ ଲୋକ କଣ ସୁରକ୍ଷିତ ହେବେ। କଣ ଚୋରର ଭକ୍ତି ଭାବ ଦେଖି ଆପଣ ଚକିତ ହୋଇଯାଇଥିବେ ନିଶ୍ଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.