ସ୍ପେଶାଲ

କର୍ମର ଫଳ ତୁରନ୍ତ ମିଳେ, କୁକୁରକୁ ମାରୁଥିଲା ଜଣେ ଲୋକ ଆଉ ତାପରେ ଦେଖନ୍ତୁ କଣ ହେଲା ତା ଅବସ୍ଥା

କଣ ଆପଣ କର୍ମ ଉପରେ ବିଶ୍ୱାସ ରଖନ୍ତି? ଯଦି ହଁ, ତାହେଲେ ଏ ଭିଡିଓକୁ ଥରେ ଦେଖନ୍ତୁ। ଯାହାକୁ ଦେଖିବା ପରେ ଆପଣ ବି ଜାଣିଯିବେ ଯେ କର୍ମର ଫଳ ସଙ୍ଗେ ସଙ୍ଗେ ହିଁ ମିଳିଥାଏ ଆଉ ଏହିଠାରେ ହିଁ ମିଳିଯାଏ। ଅର୍ଥାତ୍‌ ଆପଣ ଯେମିତି କର୍ମ କରିବେ ଆପଣଙ୍କୁ ସେମିତି ପରିରାମ ନିଶ୍ଚିତ ମିଳିବ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏହି ଭିଡିଓ।

ଏ ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଗୋଟେ କୁକୁରକୁ କେମିତି ଅମାନୁଷିକ ଭାବେ ଅତ୍ୟାଚାର କରିଚାଲିଛି। କୁକୁରକୁ ଏମିତି ଭାବେ ଅତ୍ୟାଚାର କରୁଛି ଯେ ଯାହାକୁ ଦେଖି ଲାଗୁଛି ବୋଧହୁଏ ଏଠି କୁକୁର ପଶୁ ନୁହେଁ ମଣିଷ ପାଲଟି ଯାଇଛି ପଶୁ। ଦେଖନ୍ତୁ କେମିତି ଅମାନୁଷିକ ଭାବେ କୁକୁରଟିକୁ କଷ୍ଟ ଦେଇଚାଲିଛି। କୁକୁର ତଣ୍ଟି ଧରି ତାକୁ ଓହଳି ଧରିଛି। ଏତେ ଜୋରସେ ତା କାନକୁ ଜାବୁଡି ଧରିଛି ନିରୀହ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଛି। ଆଉ କୁକୁରଟି ପ୍ରାଣ ବିକାଳେ ଏମିତି ଚିତ୍କାର କରୁଛି ଯେ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ।

କୁକୁର ଚିତ୍କାର ଯେମିତି କହୁଥିଲା ମୋତେ ଛାଡି ଦିଅ, ରକ୍ଷା କର କେହି ମୋତେ। କିନ୍ତୁ ଏ କଥାକହିପାରୁନଥିବା ପଶୁଟିର ଅସହ୍ୟ ଯନ୍ତ୍ରଣାକୁ ମଣିଷ ଶୁଣି ବି ନଶୁଣିଲା ଭଳି ଥିଲା, କାହିଁକିନା ପଛପଟୁ କିଛି ଲୋକଙ୍କର ହସିବା ଆଓ୍ଵାଜ୍‌ ବି ଶୁଭାଯାଉଥିଲା। କିନ୍ତୁ କୁକୁରର ଚିତ୍କାର ଗୋଟେ ମାଆକୁ ଶୁଭିଗଲା ସେ ହେଉଛି ଗୋମାତା। ତୁରନ୍ତ ଦୌଡିଆସି ନିରିହ ପଶୁଟିକୁ ରକ୍ଷା କରିଦେଲା ଏହି ମଣିଷ ରୂପୀ ରାକ୍ଷସ କବଳରୁ। ଗାଈଟି ଦୌଡି ଆସି ସେ ଲୋକକୁ ଏତେ ଜୋରରେ ଆକ୍ରମଣ କଲା ଯେ ଲୋକଟି ସିଧା ଯାଇ ତଳେ କଚାଡି ହୋଇ ପଡିଲା।

ଏ ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି ଆଇଏଫଏସ ସୁଶାନ୍ତ ନନ୍ଦ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଆଉ ଲୋକେ ଏ ଅମାନୁଷିକ ଚିତ୍ର ଦେଖିବା ପରେ ଅନେକ ପ୍ରତିକ୍ରୀୟା ଦେଉଛନ୍ତି।

ତେବେ ଏ ଦୃଶ୍ୟ ଜଣାଇଦେଲା ଯେ ମାତୃପ୍ରେମ ସମସ୍ତଙ୍କ ପାଇଁ ସମାନ। ମଣିଷକୁ କୁକୁରର ଯନ୍ତ୍ରଣାର ଚିତ୍କାର ନ ଶୁଭିଲେ ବି ପଶୁଟିଏ ହୋଇ ବି ବଞ୍ଚାଇବାକୁ ଆସିଗଲା ଗୋମାତା। ଆଉ ଏ ମଣିଷ କେତେ ଯେ ପାପୀ ଆଉ କଠୋର ହୋଇଗଲେଣୀ ତାହା ଏ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି। ଏ ଭିଡିଓ ଦେଖି ଲାଗୁଛି ଯେମିତି ଧୀରେ ଧୀରେ ପଶୁ ପାଲଟିଗଲାଣି ମଣିଷ।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

3 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

14 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

27 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

30 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

50 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago