କର୍ମର ଫଳ ତୁରନ୍ତ ମିଳେ, କୁକୁରକୁ ମାରୁଥିଲା ଜଣେ ଲୋକ ଆଉ ତାପରେ ଦେଖନ୍ତୁ କଣ ହେଲା ତା ଅବସ୍ଥା

କଣ ଆପଣ କର୍ମ ଉପରେ ବିଶ୍ୱାସ ରଖନ୍ତି? ଯଦି ହଁ, ତାହେଲେ ଏ ଭିଡିଓକୁ ଥରେ ଦେଖନ୍ତୁ। ଯାହାକୁ ଦେଖିବା ପରେ ଆପଣ ବି ଜାଣିଯିବେ ଯେ କର୍ମର ଫଳ ସଙ୍ଗେ ସଙ୍ଗେ ହିଁ ମିଳିଥାଏ ଆଉ ଏହିଠାରେ ହିଁ ମିଳିଯାଏ। ଅର୍ଥାତ୍‌ ଆପଣ ଯେମିତି କର୍ମ କରିବେ ଆପଣଙ୍କୁ ସେମିତି ପରିରାମ ନିଶ୍ଚିତ ମିଳିବ। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏହି ଭିଡିଓ।

ଏ ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଗୋଟେ କୁକୁରକୁ କେମିତି ଅମାନୁଷିକ ଭାବେ ଅତ୍ୟାଚାର କରିଚାଲିଛି। କୁକୁରକୁ ଏମିତି ଭାବେ ଅତ୍ୟାଚାର କରୁଛି ଯେ ଯାହାକୁ ଦେଖି ଲାଗୁଛି ବୋଧହୁଏ ଏଠି କୁକୁର ପଶୁ ନୁହେଁ ମଣିଷ ପାଲଟି ଯାଇଛି ପଶୁ। ଦେଖନ୍ତୁ କେମିତି ଅମାନୁଷିକ ଭାବେ କୁକୁରଟିକୁ କଷ୍ଟ ଦେଇଚାଲିଛି। କୁକୁର ତଣ୍ଟି ଧରି ତାକୁ ଓହଳି ଧରିଛି। ଏତେ ଜୋରସେ ତା କାନକୁ ଜାବୁଡି ଧରିଛି ନିରୀହ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଛି। ଆଉ କୁକୁରଟି ପ୍ରାଣ ବିକାଳେ ଏମିତି ଚିତ୍କାର କରୁଛି ଯେ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ।

Viralକୁକୁର ଚିତ୍କାର ଯେମିତି କହୁଥିଲା ମୋତେ ଛାଡି ଦିଅ, ରକ୍ଷା କର କେହି ମୋତେ। କିନ୍ତୁ ଏ କଥାକହିପାରୁନଥିବା ପଶୁଟିର ଅସହ୍ୟ ଯନ୍ତ୍ରଣାକୁ ମଣିଷ ଶୁଣି ବି ନଶୁଣିଲା ଭଳି ଥିଲା, କାହିଁକିନା ପଛପଟୁ କିଛି ଲୋକଙ୍କର ହସିବା ଆଓ୍ଵାଜ୍‌ ବି ଶୁଭାଯାଉଥିଲା। କିନ୍ତୁ କୁକୁରର ଚିତ୍କାର ଗୋଟେ ମାଆକୁ ଶୁଭିଗଲା ସେ ହେଉଛି ଗୋମାତା। ତୁରନ୍ତ ଦୌଡିଆସି ନିରିହ ପଶୁଟିକୁ ରକ୍ଷା କରିଦେଲା ଏହି ମଣିଷ ରୂପୀ ରାକ୍ଷସ କବଳରୁ। ଗାଈଟି ଦୌଡି ଆସି ସେ ଲୋକକୁ ଏତେ ଜୋରରେ ଆକ୍ରମଣ କଲା ଯେ ଲୋକଟି ସିଧା ଯାଇ ତଳେ କଚାଡି ହୋଇ ପଡିଲା।

ଏ ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି ଆଇଏଫଏସ ସୁଶାନ୍ତ ନନ୍ଦ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଆଉ ଲୋକେ ଏ ଅମାନୁଷିକ ଚିତ୍ର ଦେଖିବା ପରେ ଅନେକ ପ୍ରତିକ୍ରୀୟା ଦେଉଛନ୍ତି।

ତେବେ ଏ ଦୃଶ୍ୟ ଜଣାଇଦେଲା ଯେ ମାତୃପ୍ରେମ ସମସ୍ତଙ୍କ ପାଇଁ ସମାନ। ମଣିଷକୁ କୁକୁରର ଯନ୍ତ୍ରଣାର ଚିତ୍କାର ନ ଶୁଭିଲେ ବି ପଶୁଟିଏ ହୋଇ ବି ବଞ୍ଚାଇବାକୁ ଆସିଗଲା ଗୋମାତା। ଆଉ ଏ ମଣିଷ କେତେ ଯେ ପାପୀ ଆଉ କଠୋର ହୋଇଗଲେଣୀ ତାହା ଏ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି। ଏ ଭିଡିଓ ଦେଖି ଲାଗୁଛି ଯେମିତି ଧୀରେ ଧୀରେ ପଶୁ ପାଲଟିଗଲାଣି ମଣିଷ।

Leave A Reply

Your email address will not be published.