Below header

ମହିଳା ଏକାଥରେ ଜନ୍ମ ଦେଲେ ୫ଟି ପିଲା, ଆଉ ତା ପରର ଅନୁଭୂତି ଶୁଣିଲେ ଆପଣ ବି ସ୍ତବଧ ହୋଇଯିବେ

ମେଗାନ୍‌ ହଲେଁ । ସ୍ୱାମୀଙ୍କ ନାଁ ଯୋଶୁଆ । ଆମେରିକାର ନର୍ଥ ଡାକୋଟା ଅଞ୍ଚଳରେ ଏମାନେ ରୁହନ୍ତି । ବେଶ୍‌ ହସଖୁସିର ପରିବାର । ଦୁଇଟି ପୁଅ ଥିଲେ ଏହି ଦମ୍ପତିଙ୍କର । ସେମାନଙ୍କୁ ତିନି ବର୍ଷ ହୋଇ ସାରିଥିଲା । ତେଣୁ ଇଚ୍ଛା ହେଲା ପରିବାରକୁ ଗୋଟିଏ ଝିଅ ଆସନ୍ତାନି ? ସ୍ୱାମୀ ସ୍ତ୍ରୀ ପ୍ଲାନିଂ କଲେ ଏବଂ ଗର୍ଭବତୀ ହେଲେ ମେଗାନ୍‌ । ତେବେ ଝିଅଟିଏ ଇଚ୍ଛା କରିଥିବା ଏହି ଦମ୍ପତିଙ୍କ ଆଶା ଭଗବାନ ଏମିତି ପୂରଣ କଲେ ଯେ ସେମାନଙ୍କ ଜୀବନ ଏକାଥରେ ଦୋହଲିଗଲା । ମେଗାନ ଏକା ସାଙ୍ଗରେ ଜନ୍ମ ଦେଲେ ୫ଟି ପିଲା । ଆଉ ଏବେ ଏମାନଙ୍କୁ କେମିତି ପାଳିବେ ସେ ଚିନ୍ତାରେ ପଡ଼ିଛନ୍ତି ସ୍ୱାମୀ ସ୍ତ୍ରୀ ।  ପିଲାଙ୍କୁ ଖୁଆଇ ପିଆଇ ବଡ଼ କରିବା ପାଇଁ ନିଜ ଖାଇବା ପିଇବା ବି ଭୁଲି ଗଲେଣି ।

ଅବଶ୍ୟ ଅଲଟ୍ରାସାଉଣ୍ଡ ବେଳେ ଏମାନେ ଜାଣି ପାରିଥିଲେ ଯେ ମେଗାନଙ୍କ ଗର୍ଭରେ ୫ଟି ପିଲା ରହିଛନ୍ତି । ତଥାପି ରିସ୍କ ନେଇଥିଲେ । ଶେଷରେ ମେଗାନଙ୍କର ନିରାପଦ ଭାବେ ସମସ୍ତ ସନ୍ତାନ ଜନ୍ମ ନେଇଥିଲେ । …ଅବଶ୍ୟ ଘଟଣା ଏବେକାର ନୁହେଁ । ବର୍ଷକ ତଳର । ସେମାନେ କିଭଳି ଭାବେ ଏହି ଏକାଥରେ ଜନ୍ମ ନେଇଥିବା ପାଞ୍ଚ ପିଲାଙ୍କ ସହ ଅନ୍ୟ ଦୁଇ ପିଲାଙ୍କୁପାଳିଲେ ତାର ଅନୁଭୂତି ଏବେ ବର୍ଣ୍ଣନା କରିଛନ୍ତି । ନିକଟରେ ସେମାନେ ଏହି ପାଞ୍ଚଟି ଯାଆଁଳା ପିଲାଙ୍କ ଜନ୍ମ ଦିନ ପାଳିବା ବେଳେ ସବୁ କଥା କହିଥିଲେ ।

ଏହି ବର୍ଷକ ଭିତରେ ସେମାନେ ଅନେକ ସମସ୍ୟାର ସାମନା କରିଛନ୍ତି । ମେଗାନ ଘର କାମ କରିବା ସହ ପିଲାଙ୍କୁ ବି ସମ୍ଭାଳୁଥିଲେ । ଯଦି ଗୋଟିଏ ପିଲା କାନ୍ଦିଲା ତାକୁ କ୍ଷୀର ଖୁଆଇ ସାରି ନଥିବ ଆଉ ଗୋଟିଏ ପିଲା କାନ୍ଦିବା ଆରମ୍ଭ କରିବ । ଜଣେ ଯଦି ପରିସ୍ରା କରିଦେଲଶ ତାର ଡାଇପର ବଦଳାଇ ସାରିବା ବେଳକୁ ଆଉ ଗୋଟିଏ ସେହି କାମ କରି ଦେଇଥିବ । ଏମାନଙ୍କୁ ସମ୍ଭାଳିବା ଓ ଖୁଆଇବା ପିଆଇବାରେ ଦିନରାତି ଜଣାପଡୁ ନଥିଲା । ତେବେ ଏହି ସମୟରେ ଅନେକ କଥା ଶିଖିବାକୁ ମିଳିଛି ଏବଂ ଏହି ପାଞ୍ଚଟି ପିଲା ବର୍ଷକର ହେବା ପରେ ସେମାନେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି ବୋଲି ମା ମେଗାନ୍‌ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.