ବସ୍ତିକୁ ଅପରାଧୀ ମୁକ୍ତ କରିବାକୁ ଲାଗିଛି କମିଶନରେଟ ପୋଲିସ କିନ୍ତୁ ରାଜରାସ୍ତାରେ ଉତ୍ପାତ କରୁଛନ୍ତି ରକ୍ତଚରିତ୍ର ଗ୍ୟାଙ୍ଗ

କେନ୍ୟୁଜ୍(ବ୍ୟୁରୋ):  ହର୍ଣ୍ଣ ମାରିବାରୁ ମରଣାନ୍ତକରାଜଧାନୀରେ ରକ୍ତମୁଖା ରକ୍ତ ଚରିତ୍ର ଗ୍ୟାଙ୍ଗ । ରାଜରାସ୍ତାରେ ରାତି ଅଧରେ ଉତ୍ପାତ ପରେ ତନାଘନା ଚାଲିଛି । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି  ଏମାନଙ୍କ ଭିଡିଓ। ହେଲେ କିଏ ଏମାନେ? କାହିଁକି ଏମାନେ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡୁଛନ୍ତି? କଣ ଏମାନଙ୍କ ଉଦ୍ଦେଶ୍ୟ ?

କମିଶନରେଟ ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ବସ୍ତିକୁ ଜଗିଛି । କିନ୍ତୁ ରାଜରାସ୍ତାରେ ବିଭିନ୍ନ ମାରଣାସ୍ତ୍ର ଧରି ଉତ୍ପାତ ହୋଇ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ କଣ ଜଣାଇବାକୁ ଚାହୁଁଛନ୍ତି ଏମାନେ?  ଭିଡିଓରୁ ଦେଖିଲେ ଲାଗୁଛି ଏମାନେ ଡନ୍‌ ହେବା ନିଶାରେ ରାତିରେ ରାଜରାସ୍ତାରେ ଟହଲ ମାରୁଛନ୍ତି ଅପରାଧୀ ଯୁବ ଗୋଷ୍ଠୀ । ନିଶାରେ ଚୁର ହୋଇ ମଦ ବୋତଲ ଧରି ବିଚ୍‌ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ହାତରେ ଖଣ୍ଡା, ବନ୍ଧୁକ ଧରି  କରୁଛନ୍ତି ଭିଡିଓ ସୁଟ୍‌ । ନୟାପଲ୍ଲୀ, ନୂଆ ଏୟାରପୋର୍ଟ ରୋଡ୍‌, ପଟିଆ, ବରମୁଣ୍ଡା, ଖଣ୍ଡଗିରି, ଜାଗମରା ଅଞ୍ଚଳରେ ରାତିରେ ଉତ୍ପାତ କରୁଛନ୍ତି । ଏଭଳି ନିଶାଶକ୍ତ ଯୁବକଙ୍କ ଉପରେ ନଜର ରଖିଛି କମିଶନରେଟ ପୋଲିସ ।

ଏହି ଭିଡିଓ ସବୁ ଭାଇରାଲ ପରେ କମିଶନରେଟ ପୋଲିସ ୪ ଜଣ(ନୟାପଲ୍ଲୀ ପୋଲିସ ୩ ଜଣ ଓ ଖଣ୍ଡଗିରି ପୋଲିସ ୨ ଜଣ)ଙ୍କୁ ଗିରଫ କରିବା ପରେ ସାମନାକୁ ଆସିଛନ୍ତି ଜଣେ ମଡେଲ୍‌ । ଯିଏ ଏହି ଗ୍ୟାଙ୍ଗର ଶିକାର ହୋଇଥିଲେ । ।

କିଛି ଦିନ ତଳେ ରକ୍ତ ଚରିତ୍ର ଗ୍ୟାଙ୍ଗ ହାବୁଡ଼ରେ ପଡ଼ିଥିଲେ ମଡେଲ୍‌ । ଖବର ପ୍ରସାରଣ ପରେ ଜଣେ ଦୁର୍ବୃତ୍ତକୁ ଚିହ୍ନଟ କରିଛନ୍ତି । ବଖାଣିଛନ୍ତି ଗ୍ୟାଙ୍ଗର କାରନାମା । ଗତ ୨୭ ତାରିଖ ରାତିରେ ତାଙ୍କୁ ଏହି ଗ୍ୟାଙ୍ଗ ହଇରାଣ କରିଥିଲେ । ସାମାନ୍ୟ ଗାଡି ସାଇଡ ମାରିବାକୁ ନେଇ ମଡେଲ୍‌ ଓ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ବାହାରେ ଖୁଲମଖୁଲା ବୁଲୁଛନ୍ତି । ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମଡେଲ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.