Below header

ପାଟି ଦୁର୍ଗନ୍ଧ ପାଇଁ ଚିନ୍ତାରେ କି, ତେବେ ଏହି ଘରୋଇ ଉପାୟରେ ବନାନ୍ତୁ ମାଉଥଓ୍ଵାସ୍‌

ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଆଉ କାହା ସହ କଥା ହେଉଥିବାବେଳେ ଏମାନଙ୍କୁ ଲଜ୍ଜିତ ହେବାକୁ ପଡିଥାଏ। ତେବେ ପାଟି ଦୁର୍ଗନ୍ଧ ବାହାରିବାର ଅନେକ କାରଣ ରହିଛି। ଯେମିତିକି ପେଟ ସଫା ନହେବା, ଠିକ ଭାବେ ବ୍ରସ ନକରିବା, ଦାନ୍ତରେ ମଇଳା ଜମିବା, ମାଢ଼ି ରୋଗ ଏବଂ ସାଇନସ୍‌ ଆଦି। ତେବେ ପାଟି ଦୁର୍ଗନ୍ଧର ପ୍ରଥମ କାରଣ ହୋଇଥାନ୍ତି ବ୍ୟାକ୍ଟ୍ରେରିୟା। ଖାଦ୍ୟ ଖାଇବା ପରେ ମାଉଥଓ୍ଵାସ କରିବା ବହୁତ ଜରୁରୀ ହୋଇଥାଏ। ତେଣୁ ବଜାରରେ ଅନେକ ପ୍ରକାର ମାଉଥଓ୍ଵାସ ମିଳିଯାଏ। କିନ୍ତୁ ଆପଣ ଘରେ ବି ଅତି ସହଜରେ କମ୍‌ ସମୟରେ ମାଉଥଓ୍ଵାସ୍‌ ବନାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏହାର ଟିପ୍ସ।

ମୁଖ ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆପଣ ଡାଲଚିନି ଏବଂ ଲବଙ୍ଗର ବ୍ୟବହାର କରିପାରିବେ। ଏହାକୁ ବନାଇବା ପାଇଁ ପାଣିରେ ୧୦-୧୫ ବୁନ୍ଦା ଡାଲଚିନି ଏବଂ ଲବଙ୍ଗର ତେଲ ପକାଇ ପାରିବେ। ଏହାକୁ ଏକ ବୋତଲରେ ରଖି ମାଉଥଓ୍ଵାସ୍‌ ଭଳି ବ୍ୟବହାର କରିପାରିବେ।

oilଆପଲ ଭିନେଗାରର ମଧ୍ୟ ବ୍ୟବହାର କରିପାରିବେ। ଏହା ଦାନ୍ତ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏଥିପାଇଁ ଏକ କପ୍‌ ଗରମ ପାଣିରେ ୩ ଚାମଚ ଆପଲ ଭିନେଗାରକୁ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ବ୍ରଶ କରିବା ପରେ ଏହାକୁ ବ୍ୟବହାର କରନ୍ତୁ। ଦେଖିବେ ଏହା ମୁଖ ଦୁର୍ଗନ୍ଧକୁ ଦୂର କରିବା ସହିତ ଦାନ୍ତ ଖରାପ ହେବା ଠାରୁ ରକ୍ଷା କରିଥାଏ।

ଆପଣ ପାଟି ଦୁର୍ଗନ୍ଧ ପାଇଁ ଚିନ୍ତାରେ ଥିଲେ ବେକିଙ୍ଗ ସୋଡାକୁ ବ୍ୟବହାର କରି ଏହାକୁ ଦୂର କରିପାରିବେ। ଏଥିପାଇଁ ଏକ କପ୍‌ ପାଣିରେ ୮-୧୦ ବୁନ୍ଦା ପୋଦିନା ଏବଂ ଟି ଟ୍ରୀ ଅଏଲ ମିଶାନ୍ତୁ ଏବଂ ଭଲଭାବେ ମିକ୍ସ କରିନିଅନ୍ତୁ। ପରେ ଏକ ଚାମଚ ବେକିଙ୍ଗ ସୋଡା ମିଶାଇ ଦିଅନ୍ତୁ ଏବଂ ମାଉଥଓ୍ଵାସ ଭଳି ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.