ବିରୋଧୀଙ୍କ ଅଭିଯୋଗ ଉପରେ ପୁଣି ଦିବ୍ୟଙ୍କ ଜବାବ: ଯେତେ ଷଡଯନ୍ତ୍ର କଲେ ବି ସତ କେବେ ଲୁଚି ରହେନା

କେନ୍ୟୁଜ୍(ବ୍ୟୁରୋ):ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଅଭିଯୋଗ ଉପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ତାଙ୍କ ନାଁରେ ମିଥ୍ୟା ଅପପ୍ରଚାର କରଯାଉଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟଠାରେ ବିଜେଡିର ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ମିଥ୍ୟା ଅପପ୍ରଚାରକୁ ଲୋକ ଗ୍ରହଣ କରିବେ ନାହିଁ । ବିରୋଧୀ ଯେତେ ଷଡଯନ୍ତ୍ର କଲେ ବି ସତ କେବେ ଲୁଚି ରହେନା ।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଇଥିବା ଏକ ମନ୍ତବ୍ୟକୁୁ ହାସ୍ୟାସ୍ପଦ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ, ସେପ୍ଟେମ୍ବର ୨୦ରୁ ୨୩ ତାରିଖ ଯାଏ ମନ୍ତ୍ରୀ ରାୟପୁର ସ୍ଥିତ ନିଜ ବାସଭବନରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ସାଙ୍ଗରେ ଆପୋଷ ବୁଝାମୁଣା କରିଥିଲେ । ମନ୍ତ୍ରୀ କହିଛନ୍ତି, ସେହି ସମୟରେ ସେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ରହି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ୨୧ ରାତିରେ କଣ୍ଟାବାଞ୍ଜିରେ ରହିଥିବା କହିଥିବା ବେଳେ ୨୨ ତାରିଖ ଦିନ ପାଟଣାଗଡରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ରହି ଉଦବୋଧନ ଦେଇଥିଲେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.