Below header

ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ପାରିବେ ଗ୍ରୀନ୍‌ ବାଣ, ଅନ୍ୟ ସମୟରେ ଫୁଟାଇଲେ ହେବ ଜରିମାନା:SRC

କେନ୍ୟୁଜ୍(ବ୍ୟୁରୋ): ଦୀପାବଳିରେ ବାଣ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ । ରାଜ୍ୟରେ କେବଳ ଗ୍ରୀନ୍‌ କ୍ରାକର୍‌ ଫୁଟାଇ ପାରିବେ । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସରକାର । ଏନେଇ ହାଇକୋର୍ଟରେ ରିପୋର୍ଟ ଉପସ୍ଥାପନ କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌ ବା PESO ଅନୁମତିପ୍ରାପ୍ତ ବାଣ ଫୁଟା ଯାଇପାରିବ । ବାଣ ବିକ୍ରି ଓ ଫୁଟାଇବା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିଲା । ରାଜ୍ୟର କୌଣସି ସ୍ଥାନରେ ନିଷିଦ୍ଧ ବାଣ ବିକ୍ରୀ ପାଇଁ ଅନୁମତି ନାହିଁ । ନିର୍ଦ୍ଦେଶର ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ଅଲ୍‌ ଓଡିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ପକ୍ଷରୁ ଦାୟର ପିଟିସନର ଶୁଣାଣି କରିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କ ଖଣ୍ଡପୀଠ । ଆବେଦନକାରୀ ଦର୍ଶାଇଥିଲେ ଯେ, ବାଣ ଉପରେ ନିଷେଧାଦେଶ ଯୋଗୁଁ ଛୋଟ ବଡ଼ ବ୍ୟବସାୟୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଲୋଡ଼ିଥିଲେ । .

ଦୀପାବଳିରେ ବାଣକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇନି । ଅର୍ଜୁନ ଗୋପାଳଙ୍କ ମାମଲାର ଶୁଣାଣି କରି ଗତ ୨୯ ତାରିଖରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ । ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏମ୍‌. ଆର୍‌. ଶାହ ଓ ଜଷ୍ଟିସ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ । କୋର୍ଟ ସ୍ପଷ୍ଟ କରିଥିଲେ, ବାଣକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇନି । କେବଳ ନିଷିଦ୍ଧ ବାଣ ବିକ୍ରି ଓ ଫୁଟାଇବାକୁ ବ୍ୟାନ୍‌ କରାଯାଇଛି । ଦୀପାବଳିରେ ଗ୍ରୀନ୍‌ କ୍ରାକର ବ୍ୟବହାର କରିପାରିବେ । ଏଥିସହ କୋର୍ଟ କହିଥିଲେ, ଅନ୍ୟର ସ୍ୱାସ୍ଥ୍ୟକୁ ବିପନ୍ନ କରି ପାର୍ବଣ ପାଳନ କରାଯାଇ ପାରିବ ନାହିଁ ।

ବେରିୟମ୍‌ ସଲଟ ବ୍ୟବହାର ହୋଇଥିବା ବାଣକୁ ବ୍ୟାନ୍‌ କରାଯାଇଛି । ଏଭଳି ବାଣର ତିଆରି ଓ ବିକ୍ରିକୁ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ । ବୟସ୍କ ଓ ପିଲାଙ୍କ ସମେତ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟପକ୍ଷେ ହାନୀକାରଣ ବାଣ ଉପରେ ନିଷେଧାଦେଶ ଜାରି କରିଥିଲେ ସର୍ବୋଚ୍ଚ ଅଦାଲତ । ସବୁ ରାଜ୍ୟକୁ ବି ଜାରି ହୋଇଥିଲା ନିର୍ଦ୍ଦେଶନାମା । ବେରିୟମ୍‌ ସଲଟରେ ତିଆରି ବାଣ ଯେଭଳି ବିକ୍ରି ଓ ଫୁଟା ନହେବ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବ । ନିଷିଦ୍ଧ ବାଣର ଉତ୍ପାଦନ ଓ ବିକ୍ରି ହେଲେ ଉତ୍ତରଦାୟୀ ରହିବେ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର, ଏସପି ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.