ସ୍ପେଶାଲ

Flipkartର Big Billion Daysରୁ iPhone 12 ମଗାଇଥିଲେ ବ୍ୟକ୍ତି, କିନ୍ତୁ ଡେଲିଭରି ହେଲା ନିର୍ମା ସାବୁନ; ଦେଖନ୍ତୁ ଭିଡିଓ

ଇ-କମର୍ସ ସାଇଟ୍‌ରୁ କରାଯାଇଥିବା ଅନ୍‌ଲାଇନ୍‌ ସପିଂରେ ଧୋକାଧଡ଼ି କିମ୍ବା ଭୁଲ ପ୍ରଡ଼କ୍ଟ ଆସିଥିବା ନେଇ ପ୍ରାୟତଃ ଅନେକ ଗୁଡ଼ିଏ ଅଭିଯୋଗ ଆସିଥାଏ। କେବେ ସ୍ମାର୍ଟଫୋନ୍‌ ଜାଗାରେ ଅନ୍ୟ ଡିଭାଇସ୍‌ ତ ଆଉ କେବେ ଇଟା ପଥର ବି ଡେଲିଭରି ହେଉଥିବା ନଜିର ରହିଛି। ବେଳେ ବେଳେ ପ୍ରଡକ୍ଟ ବଦଳିଯାଉଥିବା ଘଟଣା ବି ଦେଖିବାକୁ ମିଳେ। ତେବେ ବର୍ତ୍ତମାନ ସେଭଳି ପୁଣି ଏକ ଘଟଣା ଘଟିଛି, ଯାହା ଚର୍ଚ୍ଚାର ପରିସରକୁ ଆସିଛି।

ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଆଇଫୋନ୍‌ ମଗାଇଥିଲେ। କିନ୍ତୁ ଡେଲିଭରି ହେବା ବେଳକୁ ଉକ୍ତ ପ୍ୟାକେଟ୍‌ରୁ ଆଇଫୋନ୍‌ ବଦଳରେ ଲୁଗା ସଫା କରାଯାଉଥିବା ନିର୍ମା ସାବୁନ ବାହାରିଥିଲା। ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ସେଲ ବେଳେ ବ୍ୟକ୍ତି ଜଣକ ଏହି ମୋବାଇଲ କିଣିଥିଲେ। କିନ୍ତୁ ଏଥିରେ ସେ ଠକାମୀର ଶିକାର ହୋଇଥିବା ନେଇ କହିଛନ୍ତି। ଠକାମୀରେ ପଡ଼ିଥିବା ଏହି ବ୍ୟକ୍ତି ହେଉଛନ୍ତି ସିମରନ୍‌ପାଲ ସିଂହ।

ସିମରନ୍‌ପାଲ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ସେଲରୁ ଏକ ଆଇଫୋନ୍‌ ୧୨ ଅର୍ଡର କରିଥିଲେ। ଅର୍ଡର ବେଳେ ସେ ‘ଓପନ୍‌ ବକ୍ସ ଡେଲିଭରି’ ଚୟନ କରିଥିଲେ। ଏଠାରେ ଆମେ କହି ରଖୁଛୁ ଯେ ଏହି ଅପ୍‌ସନ୍‌ ବାଛିଲେ ଆପଣ ଡେଲିଭରି ବୟ ସାମ୍ନାରେ ହିଁ ପ୍ରଡକ୍ଟ ଖୋଲିପାରିବେ। ଯଦି ପ୍ରଡକ୍ଟ ଠିକ୍‌ ଥାଏ, ତେବେ ତାହାକୁ ରଖିବେ ନଚେତ୍‌ ଫେରାଇବେ। ସାଧାରଣତଃ ଠକେଇରୁ ବର୍ତ୍ତିବାକୁ ଏହି ଅପସନ୍‌ ରହିଛି।

ତେବେ ଆଇଫୋନ୍‌ ଡେଲିଭରି ହେବା ପରେ ସିମରନ୍‌ପାଲ ଏହାର ଭିଡିଓ କରିଥିଲେ। କିନ୍ତୁ ତାଙ୍କ ସନ୍ଦେହ ସେତେବେଳେ ସତ ହୋଇଗଲା, ଯେତେବେଳେ ତାଙ୍କ ଅର୍ଡର ପ୍ୟାକେଟ୍‌ରୁ ଆଇଫୋନ୍‌ ୧୨ ବଦଳରେ ନିର୍ମା ସାବୁନ୍‌ ବାହାରିଥିଲା। ଏହି ଘଟଣା ବେଳର ଦୃଶ୍ୟକୁ ସିମରନ୍‌ପାଲ ନିଜ ମୋବାଇଲରେ ସୁଟିଂ କରି ୟୁଟ୍ୟୁବ୍‌ରେ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

ଏନେଇ ସେ ଫ୍ଲିପ୍‌କାର୍ଟର କଷ୍ଟମର କେୟାର ହେଲ୍ପ ଲାଇନ୍‌କୁ କଲ୍‌ କରି ଜଣାଇଥିଲେ। କିନ୍ତୁ ସେମାନେ କହିଥିଲେ ଯେ ଫ୍ଲିପ୍‌କାର୍ଟ ଆପ୍‌ରେ ତାଙ୍କ ପ୍ରଡକ୍ଟ ଆଉଟ୍‌ ଫର ଡେଲିଭରି ଶୋ’ କରୁଛି। ଏଣୁ ଏବେ ଅର୍ଡରକୁ କ୍ୟାନସଲ କରି ହେବ ନାହିଁ। ତେଣୁ ତାହା ଡେଲିଭରି ହେବା ଯାଏଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏଥିସହ ଫ୍ଲିପ୍‌କାର୍ଟ ପକ୍ଷରୁ ତାଙ୍କୁ କଲ ବ୍ୟାକ୍‌ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ପରେ ଡେଲିଭରି ବୟ ତାଙ୍କ ଫେଲ୍ଡ ଡେଲିଭରି ସହ ଚାଲିଯାଇଥିଲା।

ତେବେ ଏହା ପରେ ମଧ୍ୟ ସିମ୍‌ରନପାଲଙ୍କୁ ଡେଲିଭରି ବୟ ବାରମ୍ବାର କଲ୍‌ କରି ଓଟିପି ମାଗିଥିଲେ। ଏଣୁ ଏହା ଭୁଲରେ ନୁହେଁ ବରଂ ଫ୍ରଡ୍‌ ବା ଠକେଇ ବୋଲି ସେ କହିଛନ୍ତି। ସେ ବାରମ୍ବାର ଏ ନେଇ ଅଭିଯୋଗ କରିବାରୁ ଫ୍ଲିପ୍‌କାର୍ଟ ପକ୍ଷରୁ ତାଙ୍କ ଅର୍ଡରକୁ କ୍ୟାନ୍‌ସଲ କରିଦିଆଯାଇଥିଲା। ଏଥିସହ ତାଙ୍କୁ ଟଙ୍କା ରିଫଣ୍ଡ କରାଯିବ ବୋଲି ମଧ୍ୟ କୁହାଯାଇଥିଲା।

ଏ ନେଇ ସିମରନ୍‌ପାଲ ସିଂହ କହିଛନ୍ତି ଯେ ଏଭଳି ଘଟଣା ପ୍ରାୟତଃ ଘଟୁଛି ଓ ତାଙ୍କ ଭାଗ୍ୟ ଭଲ ବୋଲି ସେ ଏହି ଠକାମୀରୁ ବଞ୍ଚିଯାଇଛନ୍ତି। ନଚେତ୍‌ ଓଟିପି ନେଇ ହ୍ୟାକର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବି ଖାଲି କରି ଦେଇଥାନ୍ତେ। ଏଥିସହ ସେ ସମସ୍ତଙ୍କୁ କିଛି ଜିନିଷ ଅର୍ଡର କରିବା ବେଳେ ଓପନ୍‌ ବକ୍ସ ଡେଲିଭରି ଅପସନ୍‌ ଚୟନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago