କ୍ରୀଡା

IPL ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିଗଲା ତ ଖୁବ୍‌ କାନ୍ଦିଲେ ବିରାଟ କୋହଲି, ଡିଭିଲିୟର୍ସ ବି କାନ୍ଦୁଥିବାର ଦେଖାଗଲେ; ଦେଖନ୍ତୁ ଭିଡିଓ

ମଇଦାନରେ ହାରିବା ପରେ କାନ୍ଦୁଥିବାର ନଜର ଆସିଛନ୍ତି ବିରାଟ କୋହଲି। କୋଲକାତା ନାଇଟ୍‌ ରାଇଡର୍ସ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ପୁଣିଥରେ ବିରାଟଙ୍କ ଆଇପିଏଲ୍‌ ଜିତିବାର ସ୍ୱପ୍ନକୁ ଭାଙ୍ଗି ଚୁର୍‌ମାର କରି ଦେଇଛି। ପରାଜୟ ସହିତ ହିଁ RCBର ଯାତ୍ରା ଟୁର୍ନାମେଣ୍ଟରୁ ସମାପ୍ତ ହୋଇଯାଇଛି। ସେପଟେ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଅଧିନାୟକ ରୂପରେ ଏହା ଶେଷ ମ୍ୟାଚ୍‌ ଥିଲା। ମ୍ୟାଚ୍‌ ହାରିବା ପରେ ଟିମ୍‌ ସହ କଥା ହେବା ବେଳେ ବିରାଟ ଜୋର୍‌ ଜୋର୍‌ରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଡିଭିଲିୟର୍ସ ମଧ୍ୟ କାନ୍ଦୁଥିବାର ଦେଖାଯାଇଥିଲା।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି RCB ୧୩୮/୭ର ସ୍କୋର କରିଥିଲା। ସେପଟେ ୧୩୯ ରନ୍‌ର ଟାର୍ଗେଟକୁ KKR ଶେଷ ଓଭରରେ ୬ ଉଇକେଟ୍‌ ବିନିମୟରେ ହାସଲ କରି ନେଇଥିଲା। ଯେତେବେଳେ କୋହଲି ହାରି ଯାଇଥିଲେ, ତ ମଇଦାନରେ ହିଁ କାନ୍ଦିବାକୁ ଲାଗିଥିଲେ। ତେବେ କୋହଲିଙ୍କ କାନ୍ଦିବା ପଛରେ ବି ଏକ କାହାଣୀ ରହିଛି।

ବାପାଙ୍କ ନିଧନରେ କାନ୍ଦି ନ ଥିଲେ କୋହଲି

କୋହଲି ଆମେରିକାର ଜଣେ ସ୍ପୋର୍ଟସ୍‌ ରିପୋର୍ଟରଙ୍କ ସହ କଥାବାର୍ତ୍ତା ବେଳେ ଥରେ କହିଥିଲେ କି, ‘ସେହି ସମୟରେ ମୁଁ ୪ ଦିନର ମ୍ୟାଚ୍‌ ଖେଳିଥିଲି, ଯେବେ ଏ ସବୁ(ବାପାଙ୍କ ନିଧନ) ହୋଇଥିଲା। ମୋତେ ପରଦିନ ବ୍ୟାଟିଂ ଜାରି ରଖିବାର ଥିଲା। ଦିନ ୨ଟା ୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ପରିବାରର ସବୁ ଲୋକ ଭାଙ୍ଗି ପଡ଼ିଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ। କିନ୍ତୁ ମୋ ଆଖିରୁ ଲୁହ ଆସୁ ନ ଥିଲା। ମୋତେ ବୁଝାପଡ଼ୁ ନ ଥିଲା କି, କ’ଣ ହେଉଛି ଏବଂ ମୁଁ ସ୍ତବ୍ଧ ଥିଲି’।

ବିରାଟ ପରଦିନ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ୯୦ ରନ୍‌ର ଇନିଂସ୍‌ ଖେଳିଥିଲେ। ଯେବେ ୨୦୧୬ ଆଇପିଏଲ୍‌ରେ ତାଙ୍କ ଟିମ୍‌ ଫାଇନାଲରେ ହାରି ଯାଇଥିଲା, ସେତେବେଳେ ବି ସେ ଅଳ୍ପ ଭାବୁକ ଥିଲେ। କିନ୍ତୁ ଏଥର କ୍ୟାପଟେନ ରୂପେ ଯେତେବେଳେ ସେ ନିଜର ଶେଷ ଆଇପିଏଲ୍‌ ଖେଳିଲେ ଏବଂ ଏଲିମିନେଟର ରାଉଣ୍ଡରେ ହାରିଗଲେ, ତ ଖୁବ୍‌ କାନ୍ଦିଥିଲେ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago