ସ୍ପେଶାଲ

ଝିଅ ପାଇଁ ବର ଖୋଜିଆଣିଲେ ମିଳିବ ୩ଲକ୍ଷ ଟଙ୍କା! ଏମିତି ସାନଦାର୍ ଅଫର ଦେଲେ ବାପା

ଝିଅ ପାଇଁ ବର ଖୋଜୁଛନ୍ତି ବାପା । ଆଉ ସେଥିପାଇଁ ରଖିଛନ୍ତି ସାନଦାର୍ ଅଫର । ଅଫର ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍ । ହଁ ଆଜ୍ଞା ବାପା ଜଣଙ୍କ ନିଜ ଝିଅ ପାଇଁ ବର ଖୋଜୁଥିବା ଥିବା ବେଳେ, ଭଲ ବର ପାତ୍ର ଟିଏ ଯିଏ ଖୋଜି ଆଣିବ ତା ପାଇଁ ରହିଛି ୩ଲକ୍ଷ ଟଙ୍କାର ପୁରସ୍କାର ରାଶି । କଣ ଶୁଣିକି ଚକିତ ହୋଇଗଲେ କି ? ଆମେ ବି ପ୍ରଥମେ ଶୁଣିକି ଏଭଳି ଚକିତ ହୋଇଯାଇଥିଲୁ । ନିଜ ଝିଅର ବିବାହ ପ୍ରସ୍ତାବ ଖୋଜିବା ପାଇଁ ଏଭଳି ଏକ ବଡ ଅଫର ରଖିଛନ୍ତି ବାପା ଜଣକ ।

ଖାଲି ସେତିକି ନୁହେଁ ଏହା ସହିତ ତାଙ୍କର ମନ ମୁତାବକ ବରଟି ବି ହେବା ନିହାତୀ ଦରକାର । ଯେଉଁ ପରିବାରର ୨୦୦ ଶହ କୋଟିରୁ ଅଧିକ ସମ୍ପତ୍ତି  ରହିଥିବ ସେହି ପରିବାରରେ ସେ ନିଜ ଝିଅକୁ ବିବାହ ଦେବେ, ଏଭଳି କିଛି କଣ୍ଡିସନ୍ ରଖିଛନ୍ତି ବାପା । ତେବେ ଏକଥା ସେତେବେଳେ ଲୋକଲୋଚନକୁ ଆସିଥିଲା ଯେତେବେଳେ ମିସକା ରାଣା ନାମକ ଜଣେ ମହିଳା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଏ ଖବର ସେୟାର କରିଥିଲେ ।

ତେବେ ମିସକା ପୋଷ୍ଟଟିରେ ଲେଖିଛନ୍ତି, ତାଙ୍କର ଜଣେ ବନ୍ଧୁଙ୍କ ବାପା ୨୦୦ ଶହ କୋଟିରୁ ଅଧିକ ସମ୍ପତ୍ତି ଥିବା ପରିବାରରେ ତାଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ସେ ଏକ ଧନୀ ପରିବାର ସନ୍ଧାନରେ ଅଛନ୍ତି । ଖାଲି ସେତିକି ନୁହେଁ ଏନେଇ ସେ ଏକ ବିବାହ ଏଜେନ୍ସୀକୁ ୩ଲକ୍ଷ ଟଙ୍କା ଫିସ୍ ବି ଦେଇସାରିଛନ୍ତି । ଯେଉଁ ଏଜେନ୍ସୀ ତାଙ୍କ ସାଙ୍ଗ ପାଇଁ ଏବେ ବଡ ଲୋକିଆ ବର ପାତ୍ର ଟିଏ ଖୋଜୁଛି ।  ସାଙ୍ଗର ବାପାଙ୍କ ମନ ମୁତାବକ ବର ପାତ୍ରଟିଏ ଯଦି ମିଳିଯିବ ତେବେ ମିସକାଙ୍କ ସାଙ୍ଗ ସେଠାରେ ବିବାହ କରିବେ ବୋଲି ସେ ନିଜ ପୋଷ୍ଟ ଲେଖିଛନ୍ତି ।

ତେବେ ନିଜର ପୋଷ୍ଟରେ ମିସକା ତାଙ୍କର ସାଙ୍ଗଙ୍କର କୌଣସି ପରିଚୟ କିମ୍ବା ଠିକଣା ସମ୍ପର୍କରେ ପରିପ୍ରକାଶ କରିନାହାନ୍ତି । ଏନେଇ ଖବର ପ୍ରଚାର ହେବା ପରେ ମିସକାଙ୍କ ପୋଷ୍ଟରେ ଅନେକ ଉପଭୋକ୍ତା ନିଜର ପ୍ରତିକ୍ରୀୟା ଦେବା ଆରମ୍ଭ କରିଛନ୍ତି । ଏକ୍ସରେ ପାଖାପାଖି ୨ ଲକ୍ଷରୁ ଅଧିକ ଭ୍ୟୁ ସହିତ ତାଙ୍କ ପୋଷ୍ଟଟି ଏବେ ପବନ ବେଗରେ ଭାଇରାଲ ହେବାରେ ଲାଗିଛି ।

ତାଙ୍କର ପୋଷ୍ଟଟିକୁ ପଢି ଅନେକ  ଉପଭୋକ୍ତା ଅନେକ ପ୍ରଶ୍ନ ପଚାରିଛନ୍ତି । ତେବେ ସେଥିରୁ ଜଣେ ଉପଭୋକ୍ତା ପ୍ରଶ୍ନ କରିଛନ୍ତି ଆପଣଙ୍କ ସାଙ୍ଗର ବାପାଙ୍କୁ ତାଙ୍କ ମନ ମୁତାବକ ପ୍ରସ୍ତାବ ମିଳିଲା କି? ଏହି ପ୍ରଶ୍ନର ଉତ୍ତର ମିସକା କହିଛନ୍ତି, ମୋ ସାଙ୍ଗର ପରିବାର ଲୋକେ ଏବେ ସୁଦ୍ଧା ପ୍ରାୟ ୮୦ରୁ ଅଧିକ ପ୍ରସ୍ତାବକୁ ମନା କରିସାରିଲେଣି । ଏବେ ଯାଇଁ ତ କୌଣସି ବର ପାତ୍ର ମିଳିନାହିଁ ।

ତେବେ ଅନ୍ୟ ଜଣେ ଲେଖିଛନ୍ତି ବାଃ ଧନୀ ଲୋକଙ୍କ ଭାବନା ଏମିତି? ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ମୋ ବନ୍ଧୁବାନ୍ଧବ ଭିତରେ ବି ଠିକ୍ ଏଭଳି ଏକ  ବିବାହ ହୋଇଥିଲା । ଗତ ୬ ବର୍ଷ ତଳେ । ସେମାନେ ଏବେ ଖୁବ୍ ଭଲରେ ଅଛନ୍ତି ଏବଂ ସେମାନଙ୍କୁ ଦୁଇଟି ପିଲା ।

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

2 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

3 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

4 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

6 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

6 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

7 hours ago