ସ୍ପେଶାଲ

କାଶ୍ମୀର ଉପରେ ବିପଦ ଆସିଲେ ବଦଳି ଯାଏ ଏହି ପୁଷ୍କରିଣୀର ରଙ୍ଗ, ଜାଣନ୍ତୁ ମା’ କ୍ଷୀର ଭବାନୀ ମନ୍ଦିରର ରହସ୍ୟ

ଭାରତର ପବିତ୍ର ଭୂମିରେ ଏପରି ଅନେକ ମନ୍ଦିର ଅଛି ଯାହା ସେମାନଙ୍କର ବିରଳ ଚମତ୍କାର ପାଇଁ ପ୍ରସିଦ୍ଧ ।ଏହି ସବୁ ମନ୍ଦିରରେ ଘଟୁଥିବା ଘଟଣା ବିଶ୍ୱାସ ନହେଲେ ବି ସତ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମ୍ନାରେ ହେଉଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା ମୁଲ୍ଲା ଗାଁରେ ରହିଛି ଦେବୀ ମା’ଙ୍କ ପୀଠ । ଏହି ମନ୍ଦିର ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଚମତ୍କାର ଏବଂ ଧାର୍ମିକ ବିଶ୍ୱାସ ପାଇଁ ପ୍ରସିଦ୍ଧ । ବିଶ୍ୱାସ ଅନୁଯାୟୀ, ଏହି ମନ୍ଦିର ଈଶ୍ୱରୀୟ ଶକ୍ତିରେ ପରିପୂର୍ଣ୍ଣ ।

କୁହାଯାଏ ଯେ ଯେତେବେଳେ କାଶ୍ମୀରରେ କୌଣସି ଅସୁବିଧା ଆସିବାକୁ ଯାଉଛି, ମାତା କ୍ଷୀର ଭବାନୀ ବିପଦର ସଂକେତ ଦେଇଥାନ୍ତି । ଯେତେବେଳେ ବି ସଙ୍କଟ ଦେଖାଯାଏ, ଏହି ମନ୍ଦିରରେ ଅବସ୍ଥିତ ପୁଷ୍କରିଣୀର ଜଳ ଏହାର ରଙ୍ଗ ବଦଳାଇବା ଆରମ୍ଭ କରେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ମୂଳ ରାମାୟଣ ସମୟ ସହିତ ଜଡିତ । ଏହି ଚମତ୍କାର ଆଗରେ ବିଜ୍ଞାନ ବି ହାର ମାନିଛି ।ଭକ୍ତମାନେ ମା ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଏଠାକୁ ଆସନ୍ତି । ପ୍ରତିଦିନ ଦେବୀ ପୀଠରେ କ୍ଷୀରି ଭୋଗ ଲଗାଯାଇଥାଏ । ଏହି କ୍ଷୀରିକୁ ପ୍ରସାଦ ଭାବରେ ପାଇ ମା’ ବେଶ୍ ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କୁ ମଧ୍ୟ ପ୍ରସାଦ ରୂପେ କ୍ଷୀରି ପ୍ରସାଦ ବଣ୍ଟନ କରାଯାଇଥାଏ । ଏଠାରେ ପ୍ରତିବର୍ଷ ମଇ ମାସରେ ପୁର୍ଣ୍ଣିମା ସମୟରେ ପୂଜାର୍ଚ୍ଚନା ସହିତ ମେଳା ଲାଗିଥାଏ ।

ଏହି ମନ୍ଦିରକୁ ନେଇ ଅନେକ ରହସ୍ୟମୟ କାହାଣୀ ଜଡିତ ରହିଛି । ଯେତେବେଳେ କାଶ୍ମୀର ଉପରେ ବିପଦ ମାଡି ଆସେ ଏହି ପୁଷ୍କରିଣୀର ଜଳର ରଙ୍ଗ କଳା କିମ୍ବା ଲାଲ ହୋଇଯାଏ । ୨୦୧୪ ରେ ଯେତେବେଳେ କାଶ୍ମୀରରେ ପ୍ରବଳ ବନ୍ୟା ପ୍ରଭାବିତ ହୋଇଥିଲା ସେତେବେଳେ ଲୋକମାନେ କହିଥିଲେ ଯେ ଏହି ପୁଷ୍କରିଣୀର ଜଳ କଳା ହୋଇଯାଥିଲା । ସେହିପରି କାର୍ଗିଲ ଯୁଦ୍ଧ ଆରମ୍ଭରେ ଏହି ପୁଷ୍କରିଣୀର ଜଳ ଲାଲ ହୋଇଯାଇଥିଲା । କେବଳ ସେତିକି ନୁହେଁ ଧାରା ୩୭୦ ରଦ୍ଦ ହେବା ପରେ ଏହି ପୁଷ୍କରିଣୀର ଜଳ ସବୁଜ ହୋଇ ଯାଇଥିଲା ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଏହି ପୁଷ୍କରିଣୀର ଜଳ ସବୁଜ ହୋଇଯାଏ, ଏହା ସମୃଦ୍ଧିର ସଙ୍କେତ ଦେଇଥାଏ ।

ଏ ମନ୍ଦିର ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ରାବଣ ଥିବା ସମୟରେ ମା’ଙ୍କର ଏହି ସ୍ଥାନରେ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି । ହେଲେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ କୁଣ୍ଡର ପାଣିରେ । ଏହି କୁଣ୍ଡର ପାଣି ମଧ୍ୟରେ ମା’ଙ୍କ ଅବସ୍ଥିତି । ଆଉ ମା’ଙ୍କ ଚାରିପାଖରେ ଥିବା ପାଣିରେ ରହିଛି ଚମତ୍କାର ।ବର୍ଷସାରା ପାଣିର ରଙ୍ଗ ଏହିପରି କ୍ଷୀର ଭଳି ଧଳା ରଙ୍ଗର ହୋଇଥାଏ । ହେଲେ କୌଣସି ବିପଦ ଆସିଲେ ପାଣିର ରଙ୍ଗ ଅଚାନକ ଭାବେ କଳା ହୋଇଯାଏ । ପାଣିର ରଙ୍ଗ ପରିବର୍ତ୍ତନ ହିଁ ବିପଦର ସୂଚନା ଦେଇଥାଏ । ତେବେ ଏହି ଘଟଣା ନେଇ କେତେଦୂର ସତ୍ୟାସତ୍ୟ ରହିଛି । କଣ ସବୁ ରହିଛି ଏହି ପୀଠର ରହସ୍ୟ । ତାହା ଏଯାଏ କାହାକୁ ବି ଜଣା ନାହିଁ . . .

Barsha

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

21 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

36 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

51 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago