ବ୍ୟବସାୟ ଓ ଅର୍ଥନୀତି

ନୂଆ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ଉପରେ ଛୁଟି, ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଅସୁମାରୀ ଆଶା ଓ ଆକାଂକ୍ଷା ନେଇ ଆସୁଛି ନୂଆବର୍ଷ। ଆଉ ମାତ୍ର ହାତ ଗଣତି ଦିନ କେଇଟା ପରେ ବିଦାୟ ନେବ ୨୦୨୧, ଆଉ ପାଦ ଥାପିବ ବର୍ଷ ୨୦୨୨। ନୂଆବର୍ଷର ଆରମ୍ଭରୁ ହିଁ ଅନେକ କିଛି ବଦଳିଯିବ। ଜାନୁଆରୀ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଥିବା ବେଳେ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଙ୍କର ଏହି ଛୁଟିର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ଏହି କାରଣରୁ ବ୍ୟାଙ୍କର ଛୁଟି ବିଷୟରେ ଜାଣିବା ନିହାତି ଆବଶ୍ୟକ। ବ୍ୟାଙ୍କ ସହ ସମ୍ପର୍କ ରଖୁଥିବା ଲୋକ ଜାଣିବା ଆବଶ୍ୟକ ଯେ ଆସନ୍ତା ମାସରେ ମୋଟ୍‌ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ।

ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁସାରେ, ଜାନୁଆରୀ ୨୦୨୨ରେ ସପ୍ତାହାନ୍ତ ଛୁଟି ବ୍ୟତୀତ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରୁ କିଛି ଛୁଟି ପୂରା ଦେଶରେ ଲାଗୁ ହେଉଥିବା ବେଳେ ଆଉ କିଛି କେବଳ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗୁ ହେଉଛି। ତେବେ ଆସନ୍ତୁ ଜାଣିବା କେଉଁ ୧୬ ଦିନ ବନ୍ଦ ରହୁଛି ବ୍ୟାଙ୍କ…

ଜାନୁଆରୀ ୧ – ନୂଆବର୍ଷ
ଜାନୁଆରୀ ୨ – ରବିବାର
ଜାନୁଆରୀ ୪ – ଲୁସୁଙ୍ଗ (ସିକ୍କିମ୍‌)
ଜାନୁଆରୀ ୮ – ଦ୍ୱିତୀୟ ଶନିବାର
ଜାନୁଆରୀ ୯ – ରବିବାର
ଜାନୁଆରୀ ୧୧ – ମିଶନରୀ ଡି (ମିଜୋରାମ୍‌)
ଜାନୁଆରୀ ୧୨ – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
ଜାନୁଆରୀ ୧୪ – ମକର ସଂକ୍ରାନ୍ତି/ ପୋଙ୍ଗଲ
ଜାନୁଆରୀ ୧୫ – ଉତ୍ତରାୟଣ(ପୁଡ଼ୁଚେରୀ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ)
ଜାନୁଆରୀ ୧୬ – ରବିବାର
ଜାନୁଆରୀ ୧୮ – ତାଇ ପୁସମ୍‌ (ତାମିଲନାଡ଼ୁ)
ଜାନୁଆରୀ ୨୨ – ଚତୁର୍ଥ ରବିବାର
ଜାନୁଆରୀ ୨୩ – ରବିବାର
ଜାନୁଆରୀ ୨୬ – ଗଣତନ୍ତ୍ର ଦିବସ
ଜାନୁଆରୀ ୩୦ – ରବିବାର
ଜାନୁଆରୀ ୩୧ – ମେ-ଦାମ-ମେ-ଫି(ଆସାମ)

WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

16 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

19 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

23 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

36 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago