ନୂଆ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ଉପରେ ଛୁଟି, ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଅସୁମାରୀ ଆଶା ଓ ଆକାଂକ୍ଷା ନେଇ ଆସୁଛି ନୂଆବର୍ଷ। ଆଉ ମାତ୍ର ହାତ ଗଣତି ଦିନ କେଇଟା ପରେ ବିଦାୟ ନେବ ୨୦୨୧, ଆଉ ପାଦ ଥାପିବ ବର୍ଷ ୨୦୨୨। ନୂଆବର୍ଷର ଆରମ୍ଭରୁ ହିଁ ଅନେକ କିଛି ବଦଳିଯିବ। ଜାନୁଆରୀ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଥିବା ବେଳେ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଙ୍କର ଏହି ଛୁଟିର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ଏହି କାରଣରୁ ବ୍ୟାଙ୍କର ଛୁଟି ବିଷୟରେ ଜାଣିବା ନିହାତି ଆବଶ୍ୟକ। ବ୍ୟାଙ୍କ ସହ ସମ୍ପର୍କ ରଖୁଥିବା ଲୋକ ଜାଣିବା ଆବଶ୍ୟକ ଯେ ଆସନ୍ତା ମାସରେ ମୋଟ୍ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ।
ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁସାରେ, ଜାନୁଆରୀ ୨୦୨୨ରେ ସପ୍ତାହାନ୍ତ ଛୁଟି ବ୍ୟତୀତ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରୁ କିଛି ଛୁଟି ପୂରା ଦେଶରେ ଲାଗୁ ହେଉଥିବା ବେଳେ ଆଉ କିଛି କେବଳ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗୁ ହେଉଛି। ତେବେ ଆସନ୍ତୁ ଜାଣିବା କେଉଁ ୧୬ ଦିନ ବନ୍ଦ ରହୁଛି ବ୍ୟାଙ୍କ…
ଜାନୁଆରୀ ୧ – ନୂଆବର୍ଷ
ଜାନୁଆରୀ ୨ – ରବିବାର
ଜାନୁଆରୀ ୪ – ଲୁସୁଙ୍ଗ (ସିକ୍କିମ୍)
ଜାନୁଆରୀ ୮ – ଦ୍ୱିତୀୟ ଶନିବାର
ଜାନୁଆରୀ ୯ – ରବିବାର
ଜାନୁଆରୀ ୧୧ – ମିଶନରୀ ଡି (ମିଜୋରାମ୍)
ଜାନୁଆରୀ ୧୨ – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
ଜାନୁଆରୀ ୧୪ – ମକର ସଂକ୍ରାନ୍ତି/ ପୋଙ୍ଗଲ
ଜାନୁଆରୀ ୧୫ – ଉତ୍ତରାୟଣ(ପୁଡ଼ୁଚେରୀ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ)
ଜାନୁଆରୀ ୧୬ – ରବିବାର
ଜାନୁଆରୀ ୧୮ – ତାଇ ପୁସମ୍ (ତାମିଲନାଡ଼ୁ)
ଜାନୁଆରୀ ୨୨ – ଚତୁର୍ଥ ରବିବାର
ଜାନୁଆରୀ ୨୩ – ରବିବାର
ଜାନୁଆରୀ ୨୬ – ଗଣତନ୍ତ୍ର ଦିବସ
ଜାନୁଆରୀ ୩୦ – ରବିବାର
ଜାନୁଆରୀ ୩୧ – ମେ-ଦାମ-ମେ-ଫି(ଆସାମ)