ବିମାନ ଯାତ୍ରୀଙ୍କୁ ଶୀତଦିନିଆ ଉପହାର! ନୂଆ ବର୍ଷରେ ମାତ୍ର ୧,୧୨୨ ଟଙ୍କାରେ କରନ୍ତୁ ଭ୍ରମଣ; ଆହୁରି ମଧ୍ୟ ମାଗଣା ଭାଉଚର୍‌

ବିମାନ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସ୍ପାଇସଜେଟ୍ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କୁ ବହୁତ ଶସ୍ତା ଭଡାରେ ବିମାନ ଯାତ୍ରା ଉପଭୋଗ କରିବାର ସୁଯୋଗ ଆଣି ଦେଇଛି। ନୂଆ ବର୍ଷରେ ଆପଣଙ୍କୁ ମାତ୍ର ୧୧୨୨ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ମିଳୁଛି। ସ୍ପାଇସଜେଟର WOW Winter Sale ଆଜି ଅର୍ଥାତ୍‌ ୨୭ ଡିସେମ୍ବରରୁ ଆରମ୍ଭ ହୋଇ ଯାଇଛି, ଯାହାକି ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହା ଅଧୀନରେ ଯାତ୍ରୀମାନଙ୍କୁ କେବଳ ୧,୧୨୨ ଟଙ୍କା (all inclusive)ରେ ହିଁ ଘରୋଇ ବିମାନ ଯାତ୍ରା କରିବାର ସୁଯୋଗ ମିଳିବ। ଏହି ଅଫର ୧୫ ଜାନୁଆରୀରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଯାତ୍ରା ପାଇଁ ଉପଲବ୍ଧ ରହିବ।

ସ୍ପାଇସଜେଟ ଏକ ବିବୃତ୍ତିରେ କହିଛି ଯେ WOW Winter Sale ଅଧୀନରେ କମ୍ପାନୀ ଏହାର ଘରୋଇ ନେଟୱାର୍କରେ ଚେନ୍ନାଇ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ଚେନ୍ନାଇ, ଚେନ୍ନାଇ-ହାଇଦ୍ରାବାଦ, ଜମ୍ମୁ-ଶ୍ରୀନଗର ଭଳି ରୁଟରେ ୧,୧୨୨ ଟଙ୍କାରୁ ଆରମ୍ଭ ହେଉଥିବା ଏକତରଫା ଭଡା ଆଣିଛି। ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କୁ ସ୍ପାଇସଜେଟର ୱେବସାଇଟରେ ପ୍ରୋମୋ କୋଡ୍ ‘ADDON25’ ଲାଗୁ କରିବାକୁ ହେବ। କମ୍ପାନୀ ମୁତାବକ, ଏହି ସେଲ ଅଫର ଯାତ୍ରା ତାରିଖଠାରୁ ଅତି କମରେ ୧୫ ଦିନ ପୂର୍ବରୁ କରାଯାଇଥିବା ବୁକିଂ ପାଇଁ ବୈଧ ରହିବ। କେବଳ ଏତିକି ନୁହେଁ, ଯଦି ଆପଣ ନିଜର ଭ୍ରମଣ ଯୋଜନା କରୁଛନ୍ତି, ତା’ ହେଲେ ସେଲ୍‌ ଫେୟାର ବୁକିଙ୍ଗ୍ସ ଉପରେ ଥରେ ମାଗଣାରେ ତାରିଖ ପରିବର୍ତ୍ତନ କରେଇ ପାରିବେ। କିନ୍ତୁ ଏଥିପାଇଁ ଡିପାର୍ଚର ତାରିଖରୁ ଅତି କମରେ ଦୁଇ ଦିନ ପୂର୍ବରୁ ଅନୁରୋଧ କରିବାକୁ ହେବ।

ମାଗଣା ଫ୍ଲାଇଟ୍ ଭାଉଚର୍

ଏଥି ସହିତ ସ୍ପାଇସଜେଟ୍ ପରବର୍ତ୍ତୀ ଯାତ୍ରା ଉପରେ ୫୦୦ ଟଙ୍କାର ମାଗଣା ଫ୍ଲାଇଟ୍ ଭାଉଚର୍ ମଧ୍ୟ ପ୍ରଦାନ କରୁଛି। ଏହାକୁ ଜାନୁଆରୀ ୧୫ରୁ ୩୧ ତାରିଖ ମଧ୍ୟରେ ଲାଗୁ କରାଯାଇ ପାରିବ। ଏହା ୩୦ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଯାତ୍ରା ଅବଧି ପାଇଁ ବୈଧ ରହିବ। କିନ୍ତୁ ଏହାର ଲାଭ ନେବା ପାଇଁ ଡିପାର୍ଚର ତାରିଖଠାରୁ ଅତି କମରେ ୧୫ ଦିନ ପୂର୍ବରୁ ବୁକିଂ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.