ଚାଣକ୍ୟ ନୀତି: ନିଜ ଲକ୍ଷ୍ୟ ସହିତ କେବେ ବି ବୁଝାମଣା କରିବା ଉଚିତ ନୁହେଁ, ଛାତ୍ରମାନେ ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଚାଣକ୍ୟ ନୀତି ଅନୁସାରେ ବିଦ୍ୟାର୍ଥୀଙ୍କ ଜୀବନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପଢିବା ବେଳେ ଜୀବନରେ ସଫଳତାର ଆଧାରଶୀଳା ପ୍ରସ୍ତୁତ ହୁଏ। ଏହିଠାରୁ ଭବିଷ୍ୟତର କ୍ୟାରିଅର ଦିଗ ପ୍ରସ୍ତୁତ ହୁଏ। ଚାଣକ୍ୟ ନିଜେ ଜଣେ ଯୋଗ୍ୟ ଶିକ୍ଷକ ହୋଇଥିବା ବେଳେ ତାଙ୍କ ସମ୍ବନ୍ଧ ବିଶ୍ୱପ୍ରସିଦ୍ଧ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ସହିତ ରହିଥିଲା। ତେଣୁ ତାଙ୍କୁ ଆଚାର୍ଯ୍ୟ ଚାଣକ୍ୟ ନାମରେ ମଧ୍ୟ ଜଣାଯାଏ।
ଚାଣକ୍ୟ ନିଜ ପ୍ରସିଦ୍ଧ ଚାଣକ୍ୟ ନୀତିରେ ବିଦ୍ୟାର୍ଥୀଙ୍କ ପାଇଁ କିଛି ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହି କଥାକୁ ପ୍ରତ୍ୟେକ ବିଦ୍ୟାର୍ଥୀ ଧ୍ୟାନରେ ରଖି କାମ କରିବା ଉଚିତ। ତେବେ କେଉଁ କଥା ଉପରେ ରଖିବେ ଧ୍ୟାନ:
ଅନୁଶାସନ: ଚାଣକ୍ୟ ନୀତିରେ କୁହାଯାଇଛି କି, ବିଦ୍ୟାର୍ଥୀଙ୍କ ପାଇଁ ଅନୁଶାସନର ବିଶେଷ ମହତ୍ତ୍ୱ ରହିଥାଏ। ଯେଉଁ ବିଦ୍ୟାର୍ଥୀ ଅନୁଶାସିତ ଜୀବନ ଶୈଳୀକୁ ଆପଣାଇଥାଏ, ସେ ସଫଳତା ପ୍ରାପ୍ତ ପାଇଁ ଜୀବନରେ ଅଧିକ ସଂଘର୍ଷ କରେ ନାହିଁ। ଏମାନେ ନିଜ ଜୀବନରେ ସହଜରେ ଲକ୍ଷ୍ୟ ପ୍ରାପ୍ତ କରନ୍ତି। ଅନୁଶାସନର ଭାବନା ସମୟର ମହତ୍ତ୍ୱ ପ୍ରତି ସଚେତନତା କରିଥାଏ। ଯିଏ ସମୟର ଧ୍ୟାନ ରଖେ, ସେହି ନିଜ କାର୍ଯ୍ୟରେ ସଫଳତା ପାଏ।
ଆଳସ୍ୟ: ଚାଣକ୍ୟ ନୀତିରେ କୁହାଯାଇଛି ଯେ, ବିଦ୍ୟାର୍ଥୀର ବଡ ଶତ୍ରୁ ଆଳସ୍ୟ। ଆଳସ୍ୟ ଠାରୁ ଦୂରେଇ ରହିଲେ ହିଁ ଲକ୍ଷ୍ୟ ସାଧନ କରିପାରିବେ। ଯେଉଁ ବିଦ୍ୟାର୍ଥୀ ଆଳସ୍ୟ ଯୋଗୁଁ କାମ କରିନଥାଏ, ସେମାନେ ଲକ୍ଷ୍ୟ କେବେ ବି ହାସଲ କରିପାରନ୍ତି ନାହିଁ। କେବଳ ଏତିକି ନୁହେଁ ଅଳସୁଆମି ଯୋଗୁଁ ଅନ୍ୟ ର୍ଦୁଗୁଣ ମଧ୍ୟ ବୃଦ୍ଧି ହୋଇଥାଏ।
ଭୁଲ୍ ଲୋକଙ୍କ ସହିତ ମିଳାମିଶା: ଚାଣକ୍ୟ ନୀତି କହିବାନୁଯାୟୀ, ବିଦ୍ୟାର୍ଥୀ କେବେ ବି ଖରାପ ସାଙ୍ଗସାଥୀଙ୍କ ସହିତ ମିଶିବା ଉଚିତ ନୁହେଁ। ଭୁଲ ଲୋକଙ୍କ ସହିତ ମିଳାମିଶା ହିଁ ସବୁବେଳେ ବିଦ୍ୟାର୍ଥୀଙ୍କୁ ସମସ୍ୟାରେ ପକାଇଥାଏ। ଏହା ସଫଳତା ଉପରେ ସବୁଠାରୁ ବଡ ବାଧା ସୃଷ୍ଟି କରିଥାଏ। ଆଉ ଏ ପ୍ରକାର ମିଳାମିଶା ଯୋଗୁଁ କେବେ କେବେ ଅପମାନ ଏବଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ନିଶା: ଚାଣକ୍ୟ ନୀତି କୁହାଯାଉଛି, ବିଦ୍ୟାର୍ଥୀ ଜୀବନ ସବୁଠାରୁ ମୂଲ୍ୟବାନ। ଏହାକୁ ଖରାପ ଜିନିଷ କରି ଖରାପ କରିବା ଉଚିତ ନୁହେଁ। ବିଦ୍ୟାର୍ଥୀଙ୍କୁ କେବେ ବି ନିଶା ପଦାର୍ଥ ଖାଇବା ଉଚିତ ନୁହେଁ। ଏହାର ଅଭ୍ୟାସ ସଫଳତାକୁ ଦୂରେଇ ନେଇଥାଏ। ମାନ ସମ୍ମାନରେ ଅଭାବ ଆସିଥାଏ ଏବଂ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।