Categories: ସ୍ପେଶାଲ

ପ୍ରଭୁ ଶ୍ରୀରାମଙ୍କ ବଂଶଧର ହେଉଛନ୍ତି ଏହି ରାଜ ପରିବାର, ଭେଟନ୍ତୁ ଏହାର ସଦସ୍ୟଙ୍କୁ

ଭାରତରେ ବହୁତ ରାଜକୀୟ ପରିବାର ଅଛନ୍ତି। କିନ୍ତୁ ଜୟପୁରର ରାଜ ପରିବାର ନିଜକୁ ଭଗବାନ ରାମଙ୍କର ବଂଶଜ ବୋଲି କହୁଛନ୍ତି। ଏହାର ସୂଚନା ସେ ନିଜର ଅଫିସିଆଲ ସାଇଟରେ ମଧ୍ୟ କରିଛନ୍ତି।

କୁହାଯାଉଛି ଯେ ଜୟପୁରର ପୂର୍ବ ମହାରାଜ ଭବାନୀ ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ ବଂଶଜ ଅଟନ୍ତି। ଏହି କଥାର ଖୁଲାସା ଜୟପୁର ରାଜ ପରିବାରର ପଦ୍ମିନୀ ଦେବୀ ନିଜେ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାରରେ କହିଥିଲେ।

ପଦ୍ମିନୀ ଦେବୀ ଜୟପୁରର ପୂର୍ବତନ ମହାରାଜା ଭବାନୀ ସିଂହର ସ୍ତ୍ରୀ ଅଟନ୍ତି। ତାଙ୍କ ଝିଅ ଦିଆ କୁମାରୀ ଜୟପୁରର ସୱାଇ ମାଧୋପୁରର ବିଧାୟକ ମଧ୍ୟ ଅଛନ୍ତି। ମହାରାଜା ଭବାନୀ ସିଂହ ମହାରାଜା ସୱାଇ ମାନସିଂହ ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କର ପୁତ୍ର ଅଟନ୍ତି।

ହିମାଚଳ ପ୍ରଦେଶ ସହିତ ପଦ୍ମିନୀ ଦେବୀଙ୍କର ସଂଯୋଗ ରହିଛି। ରାଣୀ ପଦ୍ମିନୀ ସିରମୌରର ମହାରାଜା ରାଜେନ୍ଦ୍ର ସିଂହ ଏବଂ ମହାରାଣୀ ଇନ୍ଦୀରା ଦେବୀଙ୍କ ଝିଅ ଅଟନ୍ତି। ତାଙ୍କୁ ସିରମୌରର ରାଜକୁମାରୀ ମଧ୍ୟ କୁହାଯାଏ। କୁହାଯାଏ ଯେ ପଦ୍ମିନୀଙ୍କ ପିତା ଏବଂ

ସିରମୌରର ମହାରାଜା ରାଜେନ୍ଦ୍ର ସିଂହଙ୍କ ସହିତ ଜୟପୁରର ମହାରାଜା ମାନ ସିଂହ ଦ୍ବିତୀୟ ବହୁତ ଭଲ ବନ୍ଧୁ ଥିଲେ।
ପରେ ଦୁହିଁଙ୍କର ବନ୍ଧୁତା ସମ୍ପର୍କରେ ବଦଳିଗଲା। ଭବାନୀ ସିଂହ ଏବଂ ପଦ୍ମିନୀ ଦେବୀଙ୍କର ବିବାହ ହେଲା। ଦୁହିଁଙ୍କର ଏକ ଝିଅ ଯାହାଙ୍କର ନାମ ଦିୟା ଅଟେ।

ପଦ୍ମିନୀ ଦେବୀ ଏବଂ ଭବାନୀ ସିଂହଙ୍କର ଝିଅ ଦିୟା କୁମାରୀଙ୍କ ବିବାହ ନରେନ୍ଦ୍ର ସିଂହ ସହିତ ହେଲା। ସେମାନଙ୍କ ଠାରୁ ଦୁଇଟି ପୁତ୍ର ପଦ୍ମନାଥ ଏବଂ ଲଭ୍ୟରାଜ ସିଂହ ଜନ୍ମ ହେଲେ ଏବଂ ସେମାନଙ୍କର ଏକ ଝିଅ ଗୌରବୀ ଅଛନ୍ତି।

ଜଣାଇବାକୁ ଚାହିଁବୁ ଭବାନୀ ସିଂହଙ୍କୁ ସରକାର ବ୍ରିଗେଡିୟର ପଦରେ ସମ୍ମାନିତ କରିଥିଲେ। ତାଙ୍କର ମ୍ରୁତ୍ୟୁ ପରେ ୨୦୧୧ ମସିହାରେ ବଂଶଧର ଭାବେ ପଦ୍ମନାଥ ସିଂହଙ୍କ ରାଜତିଳକ କରାଗଲା। ଲଭ୍ୟରାଜ ସିଂହ ୨୦୧୩ ମସିହାରେ ଗାଦୀରେ ବସିଥିଲେ। ଲଭ୍ୟରାଜଙ୍କ ରାଜତିଳକରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ସୁନନ୍ଦା ଥରୂର, ଡିମ୍ପଲ କାପାଡିଆଙ୍କ ସମେତ ଆହୁରୀ ବଡ କଳାକାରମାନେ ଯୋଗ ଦେଇଥିଲେ।

Pritiparna

Recent Posts

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

10 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

41 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

42 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

1 hour ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 hours ago