Below header

ପ୍ରଭୁ ଶ୍ରୀରାମଙ୍କ ବଂଶଧର ହେଉଛନ୍ତି ଏହି ରାଜ ପରିବାର, ଭେଟନ୍ତୁ ଏହାର ସଦସ୍ୟଙ୍କୁ

ଭାରତରେ ବହୁତ ରାଜକୀୟ ପରିବାର ଅଛନ୍ତି। କିନ୍ତୁ ଜୟପୁରର ରାଜ ପରିବାର ନିଜକୁ ଭଗବାନ ରାମଙ୍କର ବଂଶଜ ବୋଲି କହୁଛନ୍ତି। ଏହାର ସୂଚନା ସେ ନିଜର ଅଫିସିଆଲ ସାଇଟରେ ମଧ୍ୟ କରିଛନ୍ତି।

କୁହାଯାଉଛି ଯେ ଜୟପୁରର ପୂର୍ବ ମହାରାଜ ଭବାନୀ ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ ବଂଶଜ ଅଟନ୍ତି। ଏହି କଥାର ଖୁଲାସା ଜୟପୁର ରାଜ ପରିବାରର ପଦ୍ମିନୀ ଦେବୀ ନିଜେ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାରରେ କହିଥିଲେ।

ram diwaliପଦ୍ମିନୀ ଦେବୀ ଜୟପୁରର ପୂର୍ବତନ ମହାରାଜା ଭବାନୀ ସିଂହର ସ୍ତ୍ରୀ ଅଟନ୍ତି। ତାଙ୍କ ଝିଅ ଦିଆ କୁମାରୀ ଜୟପୁରର ସୱାଇ ମାଧୋପୁରର ବିଧାୟକ ମଧ୍ୟ ଅଛନ୍ତି। ମହାରାଜା ଭବାନୀ ସିଂହ ମହାରାଜା ସୱାଇ ମାନସିଂହ ଏବଂ ତାଙ୍କ ପ୍ରଥମ ପତ୍ନୀଙ୍କର ପୁତ୍ର ଅଟନ୍ତି।

ହିମାଚଳ ପ୍ରଦେଶ ସହିତ ପଦ୍ମିନୀ ଦେବୀଙ୍କର ସଂଯୋଗ ରହିଛି। ରାଣୀ ପଦ୍ମିନୀ ସିରମୌରର ମହାରାଜା ରାଜେନ୍ଦ୍ର ସିଂହ ଏବଂ ମହାରାଣୀ ଇନ୍ଦୀରା ଦେବୀଙ୍କ ଝିଅ ଅଟନ୍ତି। ତାଙ୍କୁ ସିରମୌରର ରାଜକୁମାରୀ ମଧ୍ୟ କୁହାଯାଏ। କୁହାଯାଏ ଯେ ପଦ୍ମିନୀଙ୍କ ପିତା ଏବଂ

ram diwaliସିରମୌରର ମହାରାଜା ରାଜେନ୍ଦ୍ର ସିଂହଙ୍କ ସହିତ ଜୟପୁରର ମହାରାଜା ମାନ ସିଂହ ଦ୍ବିତୀୟ ବହୁତ ଭଲ ବନ୍ଧୁ ଥିଲେ।
ପରେ ଦୁହିଁଙ୍କର ବନ୍ଧୁତା ସମ୍ପର୍କରେ ବଦଳିଗଲା। ଭବାନୀ ସିଂହ ଏବଂ ପଦ୍ମିନୀ ଦେବୀଙ୍କର ବିବାହ ହେଲା। ଦୁହିଁଙ୍କର ଏକ ଝିଅ ଯାହାଙ୍କର ନାମ ଦିୟା ଅଟେ।

ପଦ୍ମିନୀ ଦେବୀ ଏବଂ ଭବାନୀ ସିଂହଙ୍କର ଝିଅ ଦିୟା କୁମାରୀଙ୍କ ବିବାହ ନରେନ୍ଦ୍ର ସିଂହ ସହିତ ହେଲା। ସେମାନଙ୍କ ଠାରୁ ଦୁଇଟି ପୁତ୍ର ପଦ୍ମନାଥ ଏବଂ ଲଭ୍ୟରାଜ ସିଂହ ଜନ୍ମ ହେଲେ ଏବଂ ସେମାନଙ୍କର ଏକ ଝିଅ ଗୌରବୀ ଅଛନ୍ତି।

ram diwaliଜଣାଇବାକୁ ଚାହିଁବୁ ଭବାନୀ ସିଂହଙ୍କୁ ସରକାର ବ୍ରିଗେଡିୟର ପଦରେ ସମ୍ମାନିତ କରିଥିଲେ। ତାଙ୍କର ମ୍ରୁତ୍ୟୁ ପରେ ୨୦୧୧ ମସିହାରେ ବଂଶଧର ଭାବେ ପଦ୍ମନାଥ ସିଂହଙ୍କ ରାଜତିଳକ କରାଗଲା। ଲଭ୍ୟରାଜ ସିଂହ ୨୦୧୩ ମସିହାରେ ଗାଦୀରେ ବସିଥିଲେ। ଲଭ୍ୟରାଜଙ୍କ ରାଜତିଳକରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ସୁନନ୍ଦା ଥରୂର, ଡିମ୍ପଲ କାପାଡିଆଙ୍କ ସମେତ ଆହୁରୀ ବଡ କଳାକାରମାନେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.