ଭଦ୍ରକ : ଫେଲ୍‌ ମାରିଲା ଏଟିଏମ୍‌ ଲୁଟ୍‌ ଉଦ୍ୟମ୍

ଭଦ୍ରକ : ଫେଲ୍‌ ମାରିଲା ଏଟିଏମ୍‌ ଲୁଟ୍‌ ଉଦ୍ୟମ୍ । ଭଦ୍ରକ ଚାନ୍ଦବାଲି ବାଲିଗାଁ ଏସବିଆଇ ଏଟିଏମକୁ ଲୁଟେରାମାନେ ଭାଙ୍ଗି ଦେଇଛନ୍ତି । ତେବେ କେତେ ଟଙ୍କା ଲୁଟ୍‌ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଚୋରି ଘଟଣାକୁ ୪୮ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କୁ ଧରି ପାରିନାହିଁ । ଚାନ୍ଦବାଲିରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ସପ୍ତାହେ ମଧ୍ୟରେ ଦୁଇଟି ଏଟିଏମ ଭଙ୍ଗାଯିବା ସହ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଛି । କିଛିଦିନ ପୂର୍ବରୁ ଅଞ୍ଚଳର କାଳୀ ମନ୍ଦିର ପାଖ ଏସବିଆଇ ଏଟିଏମ ଭାଙ୍ଗିଥିଲେ ଦୁର୍ବୃତ୍ତ । ସେମାନଙ୍କ ପତା ମିଳୁନଥିବାବେଳେ ପୁଣି ବାଲିଗାଁ ଏସବିଆଇ ଏଟିଏମକୁ ଲୁଟେରାମାନେ ଭାଙ୍ଗି ଦେଇଛନ୍ତି । ଏଭଳି ଲୁଟ୍‌ ଘଟଣା ବାରମ୍ବାର ହେଉଥିବାରୁ ଚାନ୍ଦବାଲିର ବିଭିନ୍ନ ମହଲରୁ ଅସନ୍ତୋଷ ବଢିବାରେ ଲାଗିଛି । ଚାନ୍ଦବାଲି ଥାନାଧିକାରୀ କହିଛନ୍ତି ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚାଲିଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.