ସାନ୍ତା ବେଶରେ ସଚିନ୍, ପିଲାଙ୍କ ଓଠରେ ହସ ଖେଳାଇବାକୁ ବେଶ ବଦଳାଇଲେ ମାଷ୍ଟରବ୍ଲାଷ୍ଟର୍

କିଛି ଦିନ ତଳେ ଏକ ଭିଡିଓ ଦେଖିଥିଲେ ସାନ୍ତା କ୍ଲସ୍ ବେଶରେ ହସ୍ପିଟାଲରେ ପହଂଚିଥିଲେ ଯେଉଁଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା । ଉଦ୍ଦେଶ୍ୟ ଥିଲା ହସ୍ପିଟାଲରେ ଥିବା ରୋଗୀ ଶିଶୁଙ୍କୁ ମୁହଁରେ ହସ ଦେବା । ଏବେ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ । ହେଲେ ହେଲେ ଏଥର ସାନ୍ତାକ୍ଲସଙ୍କ ବେଶରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର୍ । କ୍ରିକେଟ୍ ମୈଦାନରେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ପ୍ରିୟ ପାଲଟିଥିବା ସଚିନ୍ ଏଥର ପିଲାଙ୍କ ସହ ଖୁସି ବାଣ୍ଟିବା ପାଇଁ ହୋଇଯାଇଛନ୍ତି ସାନ୍ତାକ୍ଲସ୍ ।

ସଚିନଙ୍କ ଏହି ସାନ୍ତା ବେଶ ନିଜ ଟୁଇଟର୍ ଆକାଉଂଟରୁ ସେୟାର୍ କରିଛନ୍ତି । ଭିଡିଓକୁ ପୋଷ୍ଟ କରୁ କରୁ କିଛି ସମୟ ମଧ୍ୟରେ ଏହା ଭାଇରାଲ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ସାନ୍ତା ବେଶରେ ସଚିନ୍ ନିଜ କାରରେ ବସୁଛନ୍ତି । ଏବଂ କହୁଛନ୍ତି ଆଜି କ୍ରିସମାସ୍ ପାଳନ କରିବାକୁ ଆଶ୍ରୟକୁ ଯାଉଛନ୍ତି । ଯେଉଁଠି ଦୁର୍ବଳ ପିଲାଙ୍କ ଦେଖାରଖା କରାଯାଏ । ଏହା ପରେ ସଚିନ୍ ସେହି ସେଣ୍ଟରରେ ପହଂଚୁଛନ୍ତି । ତେବେ ସଚିନଙ୍କ ହାତରେ ବ୍ୟାଟ୍ ଏବଂ ଟେନିସ୍ ବଲ୍ ମଧ୍ୟ ଦେଖିବାକୁ ମିଳୁଛି । ଏହା ପରେ ସଚିନ୍ ନିଜ ମୁହଁରୁ ନକଲି ନିଜ ଦାଢି ବାହାର କରି ସେଠାର ପିଲାଙ୍କ ସହ ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.