ସ୍ପେଶାଲ

ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁରର ନିଲୁ ମିତ୍ର, ପ୍ରତିଦିନ ନିଜେ ରୋଷେଇ କରି ବାଣ୍ଟୁଛନ୍ତି ଖାଦ୍ଯ

ଜଗତସିଂହପୁର: କରୋନା ଖାଲି ମଣିଷ ସମାଜ ନୁହେଁ ସାରା ଜୀବ ଜଗତ ଉପରେ ନିଜର ପ୍ରଭାବ ପକାଇଛି । ଏହି ପ୍ରଭାବ ମଣିଷ ଉପରେ ଯେତିକି ପଡିଛି ତାଠାରୁ ଅଧିକ ପଶୁ ପକ୍ଷୀ ମାନଙ୍କ ଉପରେ ପଡିଛି । ଏହି ମହାମାରୀ ସମୟରେ ଅନେକ ସହ୍ରୁଦୟ ବ୍ଯକ୍ତି ସାହାଯ୍ଯର ହାତ ବଢାଇଛନ୍ତି । ଅସହାୟଙ୍କୁ ଖାଇବାକୁ ଦେବା ସହିତ ବୁଲା ଗାଈ,କୁକୁର,ମାଙ୍କଡ ମାନଙ୍କୁ ଖାଦ୍ଯ ଯୋଗାଇଛନ୍ତି ।

ଏହି ପରିପେକ୍ଷୀରେ ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ । ପଶୁ ପକ୍ଷୀ ମାନଙ୍କୁ ଭଲ ପାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ନିଲୁ ମିତ୍ର । ଏହି ଭଳି ଘଡି ସନ୍ଧି ମୁହୂର୍ତ୍ତରେ  ବୁଲା କୁକୁର, ଗାଈ ଗୋରୁଙ୍କ ପାଇଁ ପୌର ପରିଷଦରେ କହି ସେମାନଙ୍କ ପାଇଁ ଖାଦ୍ଯ ବ୍ଯବସ୍ଥା କରିଥିଲେ କିନ୍ତୁ ପରେ ଏହା ବନ୍ଦ ହୋଇଯିବାକୁ ନିଜ ଉଦ୍ଯମରେ ଘରର ବାରିପଟେ ଏକ ଚୁଲା ଖୋଳି ସେମାନଙ୍କ ପାଇଁ ରୋଷେଇ କରୁଛନ୍ତି । ପ୍ରତିଦିନ ୧୦ କିଲୋ ଚାଉଳ, ୫କିଲୋ ଚିକେନ ଆଣି ରୋଷେଇ କରି ସେମାନଙ୍କୁ ଖାଇବା ଯୋଗାଇ ଆସୁଛନ୍ତି ।

ଏଥିରେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ସହଯୋଗ ମଧ୍ଯ କରୁଛନ୍ତି । ତଥାପି ନିଜ ଉଦ୍ଯମରେ ସେ ପ୍ରତିଦିନ ଏହି ଅକୁହା ପଶୁ ପକ୍ଷୀ ମାନଙ୍କର ପେଟକୁ ଦାନା ଦେବା ସହିତ ସହରର ଏସପି ଅଫିସ୍ ପାଖକୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ଯନ୍ତ ସବୁ ଲୋକମାନଙ୍କୁ ସାନିଟାଇଜର ଦେଇ ସେଚେତନ ମଧ୍ଯ କରାଉଛନ୍ତି । ଏହି ନିଆରା ପ୍ରୟାସ ପାଇଁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି ।

Sonalisa

Recent Posts

ବଢ଼ିବାରେ ଲାଗିଛି କ୍ୟାନ୍ସର ରୋଗ, ଏନେଇ କଟକ ଏସସିବିରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ

କଟକ (କେନ୍ୟୁଜ): ବିଭିନ୍ନ କାରଣରୁ ଆଜିକାଲି କ୍ୟାନ୍ସର ଭଳି ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୟସ୍କ…

6 mins ago

ରେଲୱେରେ ଲୋକ ପାଇଲଟ ଏବଂ ଟ୍ରେନ ମ୍ୟାନେଜର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ…

46 mins ago

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

1 hour ago

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି…

2 hours ago

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

2 hours ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

2 hours ago