ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁରର ନିଲୁ ମିତ୍ର, ପ୍ରତିଦିନ ନିଜେ ରୋଷେଇ କରି ବାଣ୍ଟୁଛନ୍ତି ଖାଦ୍ଯ

ଜଗତସିଂହପୁର: କରୋନା ଖାଲି ମଣିଷ ସମାଜ ନୁହେଁ ସାରା ଜୀବ ଜଗତ ଉପରେ ନିଜର ପ୍ରଭାବ ପକାଇଛି । ଏହି ପ୍ରଭାବ ମଣିଷ ଉପରେ ଯେତିକି ପଡିଛି ତାଠାରୁ ଅଧିକ ପଶୁ ପକ୍ଷୀ ମାନଙ୍କ ଉପରେ ପଡିଛି । ଏହି ମହାମାରୀ ସମୟରେ ଅନେକ ସହ୍ରୁଦୟ ବ୍ଯକ୍ତି ସାହାଯ୍ଯର ହାତ ବଢାଇଛନ୍ତି । ଅସହାୟଙ୍କୁ ଖାଇବାକୁ ଦେବା ସହିତ ବୁଲା ଗାଈ,କୁକୁର,ମାଙ୍କଡ ମାନଙ୍କୁ ଖାଦ୍ଯ ଯୋଗାଇଛନ୍ତି ।

dogଏହି ପରିପେକ୍ଷୀରେ ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ । ପଶୁ ପକ୍ଷୀ ମାନଙ୍କୁ ଭଲ ପାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ନିଲୁ ମିତ୍ର । ଏହି ଭଳି ଘଡି ସନ୍ଧି ମୁହୂର୍ତ୍ତରେ  ବୁଲା କୁକୁର, ଗାଈ ଗୋରୁଙ୍କ ପାଇଁ ପୌର ପରିଷଦରେ କହି ସେମାନଙ୍କ ପାଇଁ ଖାଦ୍ଯ ବ୍ଯବସ୍ଥା କରିଥିଲେ କିନ୍ତୁ ପରେ ଏହା ବନ୍ଦ ହୋଇଯିବାକୁ ନିଜ ଉଦ୍ଯମରେ ଘରର ବାରିପଟେ ଏକ ଚୁଲା ଖୋଳି ସେମାନଙ୍କ ପାଇଁ ରୋଷେଇ କରୁଛନ୍ତି । ପ୍ରତିଦିନ ୧୦ କିଲୋ ଚାଉଳ, ୫କିଲୋ ଚିକେନ ଆଣି ରୋଷେଇ କରି ସେମାନଙ୍କୁ ଖାଇବା ଯୋଗାଇ ଆସୁଛନ୍ତି ।

milu mitrଏଥିରେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ସହଯୋଗ ମଧ୍ଯ କରୁଛନ୍ତି । ତଥାପି ନିଜ ଉଦ୍ଯମରେ ସେ ପ୍ରତିଦିନ ଏହି ଅକୁହା ପଶୁ ପକ୍ଷୀ ମାନଙ୍କର ପେଟକୁ ଦାନା ଦେବା ସହିତ ସହରର ଏସପି ଅଫିସ୍ ପାଖକୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ଯନ୍ତ ସବୁ ଲୋକମାନଙ୍କୁ ସାନିଟାଇଜର ଦେଇ ସେଚେତନ ମଧ୍ଯ କରାଉଛନ୍ତି । ଏହି ନିଆରା ପ୍ରୟାସ ପାଇଁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.