ରାଜ୍ୟରେ କରୋନା ନେଲା ଆଉ ଦୁଇ ଜୀବନ, ମୃତକଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ କାରଣରୁ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର ବୋଲି ଜଣାଯାଇଛି । ଏହାକୁ ମିଶାଇ ଗଂଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କହିରଖିବା ଉଚିତ ହେବକି, ଆଜି ଚିହ୍ନଟ ହୋଇଥିବା ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୬ଜଣ ଅଛନ୍ତି ।

କହିରଖିବା ଉଚିତ ହେବକି, ଚିହ୍ନଟ ଦୁହିଁଙ୍କ ମଧ୍ୟରୁ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଥିବା ବେଳେ ଅନ୍ୟ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଅଛନ୍ତି । ଦୁହିଁଙ୍କ କରୋନା ପଜିଟିଭ ହେବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଚିକିତ୍ସା ଅବସ୍ଥାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.