Categories: ସ୍ପେଶାଲ

ମାଙ୍କଡ କଲା ଅନଲାଇନରେ ଜିନିଷ ଅର୍ଡର, ମାଲିକ ଦେଖିଲେ ତ ଉଡିଗଲା ହୋସ୍‌

ଯଦି କୌଣସି ପଶୁ ମଣିଷର ଅବିକଳ ନକଲ କରିପାରେ ତାହେଲେ ସେ ହେଉଛି ମାଙ୍କଡ। ମାଙ୍କଡ ଅବିକଳ ମଣିଷର ନକଲ କରିଥାଏ। ମଣିଷ ଯେଉଁ କାମ କରିଥାଏ ମାଙ୍କଡ ତାହାର ଅବିକଳ ନକଲ କରିବାରେ ସକ୍ଷମ ହୋଇଥାଏ। ମାଙ୍କଡ ମଣିଷଙ୍କ ଭଳି କାମ କରୁଥିବା ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। କେଉଁଠି ମାଙ୍କଡ ବାଇକରେ ମାଲିକକୁ ପଛରେ ବସାଇ ନିଜେ ଡ୍ରାଇଭ୍‌ କରୁଛି ତ ଆଉ କେଉଁଠି ପାଣି ଟ୍ୟାପ୍‌ ଖୋଲି ପାଣି ପିଇ ପୁଣି ନିଜେ ବନ୍ଦ କରି ଯାଉଛି। ଏବେ ମାଙ୍କଡର ଆଉ ଏକ ଅନୋଖା କାରନାମା ଲୋକ ଲୋଚନକୁ ଆସିଛି।

ଚୀନର ଏକ ମାଙ୍କଡ ମାଲିକଙ୍କ ମୋବାଇଲରୁ ଅନଲାଇନରେ ଗ୍ରୋସରୀ ଅର୍ଡର କରିଛି। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହି ଘଟଣା ବିଲକୁଲ ସତ। ନିଜେ ମାଲିକ ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେ ଯେତେବେଳେ ମୋବାଇଲ ଧରିଲେ ସେତେବେଳେ ଦେଖିଲେ ଯେ ତାଙ୍କ ଫୋନରୁ ଜିନିଷ ଅର୍ଡର ହୋଇଛି। ସେ ଯେହେତୁ ଏହାକୁ ଅର୍ଡର ଦେଇନାହାନ୍ତି କିଏ ଦେଇଛି ଦ୍ୱନ୍ଦ୍ୱରେ ରହି ସେ ସିସିଟିଭି ଫୁଟେଜ୍‌ ଚେକ୍‌ କରିଥିଲେ।

ଏହାପରେ ତାଙ୍କର ସବୁ ଦ୍ୱନ୍ଦ୍ୱ କ୍ଲିୟର ହୋଇଗଲା କାରଣ ଏହି ଅର୍ଡର ତାଙ୍କ ପୋଷା ମାଙ୍କଡ କରିଛି। ଜିନିଷସବୁ ପ୍ଲେସ୍‌ ଅର୍ଡର ହୋଇଯାଇଥିଲା କିନ୍ତୁ ମାଲିକ ତାକୁ ଆଉ ରିଟର୍ଣ୍ଣ କଲେ ନାହିଁ କାରଣ ସେ ଯେଉଁ ଜିନିଷ ଚାହୁଁଥିଲେ ସେହି ଜିନିଷ ସବୁ ସେ ଅର୍ଡର କରିଥିଲା। ମାଙ୍କଡର ମାଲିକ କହିଛନ୍ତି ଯେ ସେ ସବୁବେଳେ ମୋବାଇଲ ଧରି ଅନଲାଇନରେ ଜିନିଷ ଅର୍ଡର କରନ୍ତି ଆଉ ତାଙ୍କ ପାଖରେ ବସି ମାଙ୍କଡ ଏହିସବୁକୁ ଅନୁରକଣ କରି ଶିଖି ଯାଇଛି ଏବଂ ପୂରା ନକଲ କରି ସେହି ସବୁ ଜିନିଷ ଅର୍ଡର କରିଛି।

video courtesy : info-viral-fun

Pritiparna

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

33 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago