ମାଙ୍କଡ କଲା ଅନଲାଇନରେ ଜିନିଷ ଅର୍ଡର, ମାଲିକ ଦେଖିଲେ ତ ଉଡିଗଲା ହୋସ୍‌

ଯଦି କୌଣସି ପଶୁ ମଣିଷର ଅବିକଳ ନକଲ କରିପାରେ ତାହେଲେ ସେ ହେଉଛି ମାଙ୍କଡ। ମାଙ୍କଡ ଅବିକଳ ମଣିଷର ନକଲ କରିଥାଏ। ମଣିଷ ଯେଉଁ କାମ କରିଥାଏ ମାଙ୍କଡ ତାହାର ଅବିକଳ ନକଲ କରିବାରେ ସକ୍ଷମ ହୋଇଥାଏ। ମାଙ୍କଡ ମଣିଷଙ୍କ ଭଳି କାମ କରୁଥିବା ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। କେଉଁଠି ମାଙ୍କଡ ବାଇକରେ ମାଲିକକୁ ପଛରେ ବସାଇ ନିଜେ ଡ୍ରାଇଭ୍‌ କରୁଛି ତ ଆଉ କେଉଁଠି ପାଣି ଟ୍ୟାପ୍‌ ଖୋଲି ପାଣି ପିଇ ପୁଣି ନିଜେ ବନ୍ଦ କରି ଯାଉଛି। ଏବେ ମାଙ୍କଡର ଆଉ ଏକ ଅନୋଖା କାରନାମା ଲୋକ ଲୋଚନକୁ ଆସିଛି।

monkeyଚୀନର ଏକ ମାଙ୍କଡ ମାଲିକଙ୍କ ମୋବାଇଲରୁ ଅନଲାଇନରେ ଗ୍ରୋସରୀ ଅର୍ଡର କରିଛି। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହି ଘଟଣା ବିଲକୁଲ ସତ। ନିଜେ ମାଲିକ ବି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେ ଯେତେବେଳେ ମୋବାଇଲ ଧରିଲେ ସେତେବେଳେ ଦେଖିଲେ ଯେ ତାଙ୍କ ଫୋନରୁ ଜିନିଷ ଅର୍ଡର ହୋଇଛି। ସେ ଯେହେତୁ ଏହାକୁ ଅର୍ଡର ଦେଇନାହାନ୍ତି କିଏ ଦେଇଛି ଦ୍ୱନ୍ଦ୍ୱରେ ରହି ସେ ସିସିଟିଭି ଫୁଟେଜ୍‌ ଚେକ୍‌ କରିଥିଲେ।

monkeyଏହାପରେ ତାଙ୍କର ସବୁ ଦ୍ୱନ୍ଦ୍ୱ କ୍ଲିୟର ହୋଇଗଲା କାରଣ ଏହି ଅର୍ଡର ତାଙ୍କ ପୋଷା ମାଙ୍କଡ କରିଛି। ଜିନିଷସବୁ ପ୍ଲେସ୍‌ ଅର୍ଡର ହୋଇଯାଇଥିଲା କିନ୍ତୁ ମାଲିକ ତାକୁ ଆଉ ରିଟର୍ଣ୍ଣ କଲେ ନାହିଁ କାରଣ ସେ ଯେଉଁ ଜିନିଷ ଚାହୁଁଥିଲେ ସେହି ଜିନିଷ ସବୁ ସେ ଅର୍ଡର କରିଥିଲା। ମାଙ୍କଡର ମାଲିକ କହିଛନ୍ତି ଯେ ସେ ସବୁବେଳେ ମୋବାଇଲ ଧରି ଅନଲାଇନରେ ଜିନିଷ ଅର୍ଡର କରନ୍ତି ଆଉ ତାଙ୍କ ପାଖରେ ବସି ମାଙ୍କଡ ଏହିସବୁକୁ ଅନୁରକଣ କରି ଶିଖି ଯାଇଛି ଏବଂ ପୂରା ନକଲ କରି ସେହି ସବୁ ଜିନିଷ ଅର୍ଡର କରିଛି।

video courtesy : info-viral-fun

Leave A Reply

Your email address will not be published.