ହିନ୍ଦୁ ଦେବୋତ୍ତର ଆଇନରୁ ବାଦ୍‌ ପଡିବ ପୁରୀ ଗୋବର୍ଧନ ମଠ, କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି

ପୁରୀ(କେନ୍ୟୁଜ୍):  ଏଣିକି ସରକାରୀ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଧନ ପୀଠ । ପୀଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟାସ୍ତ ରହିବ । ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ । ସରକାରୀ ନିୟନ୍ତ୍ରଣରେ ଆଉ ମଠ ରହିବ ନାହିଁ । ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନବିଲ ୨୦୧୯ ବିଧାନସଭାରେ ଉପସ୍ଥାପିତ ହୋଇଛି । ଆଇନମନ୍ତ୍ରୀ ପ୍ରତାପ ଜେନା ବିଲକୁ ଉପସ୍ଥାପିତ କରିଛନ୍ତି । ପୂର୍ବରୁ ଏହା ଉପରେ କ୍ୟାବିନେଟ ମୋହର ଲାଗିଥିଲା । ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପୁରୀ ଗୋବର୍ଧନ ପୀଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣୀ ଭୂମିକା ରହିଛି । ପୁରୀ ଗୋବର୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନୁରୋଧ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦ କ୍ରମେ ଓଡ଼ିଶା ସରକାର ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ରେ ସଂଶୋଧନ ଆଣିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏହି ଅଧିନିମୟ ପରିସରରୁ ଗୋବର୍ଧନ ପୀଠକୁ ବାଦ ଦିଆଯାଇଛି । ଫଳରେ ଏହି ମଠର ପରିଚାଳନାତ ଅଧିକାର ଦେବୋତ୍ତର ବିଭାଗ ପାଖରେ ଆଉ ରହିବ ନାହିଁ । ଖୋଦ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟାସ୍ତ ରହିବ ।

 

Leave A Reply

Your email address will not be published.