Below header

ଖୁବ ଶୀଘ୍ର ବଲିଉଡରେ ପାଦ ଥାପିବେ ମିସ ୱାର୍ଲଡ ମାନୁଷୀ ଚିଲ୍ଲାର

୨୦୧୭ ମସିହାରେ ମିସ ୱାର୍ଲଡ ହୋଇଥିବା ମାନୁଷୀ ଚିଲ୍ଲାର ଖୁବ ଶୀଘ୍ର ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି । ୨୨ ବର୍ଷୀୟ ଏହି ସୁନ୍ଦରୀ ବଲିଉଡ ନିର୍ଦ୍ଦେଶକ ମାନଙ୍କର ପ୍ରଥମ ପସନ୍ଦ ଭାବେ ଗଣା ହେଉଛନ୍ତି । ଭାରତର ସବୁଠୁ ବଡ ପ୍ରଡକ୍ସନ ହାଉସ ‘ୟସରାଜ ପ୍ରଡକ୍ସନ’ ଜରିଆରେ ହିଁ ସେ ଫିଲ୍ମ ଦୁନିଆରେ ପାଦ ଥାପିବେ ବୋଲି ସୂଚନା ମିଳିଛି । ଯାହାକି ତାଙ୍କର ବଲିଉଡରେ ପ୍ରଥମ ଡେଵଉ ହେବ | ମିଳିଥିବା ସୂଚନା ଅନୁଯାୟୀ ୟସରାଜ କମ୍ପାନୀ ଖୁବ ଶୀଘ୍ର ପରାକ୍ରମୀ ତଥା ଶକ୍ତିଶାଳୀ ରାଜା ପୃଥ୍ୱୀରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ସିନେମାରେ ହିଁ ମାନୁଷୀଙ୍କୁ ନାୟିକା ତଥା ପୃଥ୍ୱୀରାଜଙ୍କ ନାୟିକା ହିସାବରେ ନିଆଯିବ ବୋଲି ସ୍ଥିର କରାଯାଇଛି

manushi

ଏହି ସିନେମା ଟିରେ ପୃଥ୍ୱୀରାଜ ଭୂମିକାକୁ ସୁପରଷ୍ଟାର ଅକ୍ଷୟ କୁମାର ନିଭେଇବା ସହ ତାଙ୍କ ପତ୍ନୀ ସଂଜୀଦା ଭୂମିକାରେ ମାନୁଷୀ ଅବତୀର୍ଣ ହେବେ ବୋଲି ସୂଚନା ମିଳିଛି । ଏହାର ନିର୍ଦ୍ଦେଶନା ଦେବେ ଡ଼. ଚନ୍ଦ୍ର ପ୍ରକାଶ ଦ୍ବିବେଦୀ । ପୂର୍ବରୁ ଚନ୍ଦ୍ର ପ୍ରକାଶ ଟେଲିଭିଜନ ମହାକାବ୍ୟ ‘ଚାଣକ୍ୟ’ର ନିର୍ଦ୍ଦେଶନା ଦେଇଥିଲେ | ଫିଲ୍ମ ନିର୍ମାତାଙ୍କ ଅନୁଯାୟୀ ସଂଜୀଦା ଜଣେ ବାସ୍ତବରେ ଥିଲେ ଜଣେ ଆତ୍ମବିଶ୍ୱାସରେ ଭରା ନାରୀ । ପ୍ରଡକ୍ସନ ଟିମ ଅନୁଯାୟୀ ଏହି ଚରିତ୍ର ନିମନ୍ତେ ଏକ ସଠିକ ଅଭିନେତ୍ରୀର ସନ୍ଧାନରେ ସେମାନେ କେବେଠୁ ଥିଲେ । ଏହି ଚରିତ୍ରକୁ ମାନୁଷୀ ହିଁ ନିଖୁଣ ଭାବେ ତୁଲେଇ ପାରିବେ ବୋଲି ଏହି ଫିଲ୍ମ ନିର୍ଦ୍ଦେଶକ ମତ ଦେଇଛନ୍ତି । ଏଥିପାଇଁ ମାନୁଷୀଙ୍କୁ ଅଡିସନ ମଧ୍ୟ ଦେବାକୁ ପଡିଥିଲା ।

manushi

ଏହା ସହ ପଢନ୍ତୁ : ସଡକ ଦୁର୍ଘଟଣାରେ ଲୋକପ୍ରିୟ ସିଙ୍ଗର୍‌ ଗୀତା ମାଲୀଙ୍କର ମୃତ୍ୟୁ

ଅନ୍ୟ ପକ୍ଷରେ ମାନୁଷୀ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ନିଜକୁ ସାମିଲ କରନ୍ତି । ମିସ ୱାର୍ଲଡ ଜିତିବାର କିଛି ଦିନ ପରେ ହିଁ ମାନୁସି ମହିଳାଙ୍କ ଋତୁସ୍ରାବ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ଶକ୍ତି’ ବିଷୟରେ ଚିନ୍ତା କରି ଏହାକୁ ବାସ୍ତବତାର ରୂପ ଦେଇଥିଲେ । ମାନୁଷୀ ଲଗାତାର ଭାରତର ୨୦ରୁ ଅଧିକ ଗାଁରେ ମହିଳା ମାନଙ୍କ ସହ ମିଶି ବିଭିନ୍ନ ସଚେତନତା ଭିତିକ କାର୍ଯ୍ୟକ୍ରମ ମାନ ସଂଗଠିତ କରୁଛନ୍ତି | ଏହି ସଂଗଠନ ମହିଳା ମାନଙ୍କୁ ମାଗଣାରେ ସାନିଟାରୀ ନାପକିନ ମାନ ବାଣ୍ଟିଆସୁଛି । ଏହା ସହ ମହିଳା ମାନେ ନିଜେ ଜୀବିକା ଉପାର୍ଜନ କରି ଆତ୍ମ ନିର୍ଭରଶିଳା ହେବା କ୍ଷେତ୍ରରେ ମଧ୍ୟ ଏହାର କର୍ମକର୍ତ୍ତା ମାନେ ପ୍ରେରଣା ଦେଇ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.