ବୁଲବୁଲ ବର୍ଷାରେ ରାଜକନିକା ଏସ.ଏନ କଲେଜ ଜଳାର୍ଣ୍ଣବ, ଏଯାଏ ହୋଇପାରିନି ପାଣି ନିଷ୍କାସନ

ରାଜକନିକା(କେନ୍ୟୁଜ୍):   ବାତ୍ୟା ବୁଲବୁଲ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କେନ୍ଦ୍ରପଡ଼ାର ରାଜକନିକା ଏସ.ଏନ କଲେଜ ପରିସର ଜଳାର୍ଣ୍ଣବ ହୋଇଥିବା ବେଳେ ଏଯାଏ ପାଣି ନିଷ୍କାସନ କରାଯାଇପାରିନାହିଁ । ଏହାର ପ୍ରତିବାଦରେ କଲେଜ ଛାତ୍ରଛାତ୍ରୀମାନେ କଟକ-ଚାନ୍ଦବାଲି ରାସ୍ତାର ଏସ.ଏନ କଲେଜ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତୁରନ୍ତ କଲେଜ ପରିସରରେ ଜଳ ନିଷ୍କାସନ ପାଇଁ ଦାବି ଜଣାଇଛନ୍ତି । ପୂର୍ବରୁ ଏବାବଦରେ କଲେଜ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଦାବି ଜଣାଇଥିଲେ । ହେଲେ କିଛି ପଦକ୍ଷେପ ନିଆ ନଯିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ବାତ୍ୟାକୁ ପାଖାପାଖି ସପ୍ତାହେ ହେବାକୁ ବସିଲାଣି। କିନ୍ତୁ କଲେଜ କ୍ୟାମ୍ପସ ଏବେ ବି ଜଳାର୍ଣ୍ଣବ। କେଉଁଠି ପାଦେ ପାଦେ ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ କଲେଜ ଭିତରକୁ ଯାଆସ କରିବାରେ ଭାରି ଅସୁବିଧା ହେଉଛି। ବାଧାପ୍ରାପ୍ତ ହେଉଛି ପାଠପଢ଼ା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.