ଜାମ୍ମୁ ତାଇ ଏକ୍ସପ୍ରେସ ଡବାରୁ ଶିଶୁର ମୃତଦେହ ଉଦ୍ଧାର, ସମ୍ବଲପୁର ରେଳ ଷ୍ଟେସନରୁ ଠାବ ହେଲା ମୃତଦେହ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ରେଳ ଷ୍ଟେସନରେ ୱାସିଙ୍ଗ ଲାଇନରେ ଛିଡ଼ା ହୋଇଥିବା ଜାମ୍ମୁ ତାଇ ଏକ୍ସପ୍ରେସର ଶେଷ ଡବାରୁ ଶିଶୁର ମୃତଦେହ ଉଦ୍ଧାର । ମୃତ ଶିଶୁର ବୟସ ଦୁଇରୁ ତିନି ମାସ ମଧ୍ୟରେ ହେବ। ଆଜି ସକାଳୁ ସଫେଇ କର୍ମଚାରୀମାନେ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଶୌଚାଳୟ ଭିତରେ ପଡ଼ିଥିଲା । ଟ୍ରେନ ଭିତରକୁ ମୃତଦେହ କିପରି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସମ୍ବଲପୁର ଜିଆରପି ଓ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.