ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌, ଇନ୍ଦୋର ଟେଷ୍ଟରେ କଲେ ଦ୍ୱିଶତକ ହାସଲ

କେନ୍ୟୁଜ୍(ବ୍ୟୁରୋ):   ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌। ଇନ୍ଦୋର ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି ମୟଙ୍କ। ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଶତକ ପୂରଣ କରିଥିଲେ। ଏହାପରେ ଆଗକୁ ବଢ଼ିଥିଲେ ଓ ଖୁବ କମ୍‌ ସମୟ ଭିତରେ ନିଜ ନାଁରେ କରିଛନ୍ତି ଦ୍ୱିଶତକ। ଛକା ମାରି ଦ୍ୱିଶତ ପୂରା କରିଥିଲେ ମୟଙ୍କ। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଡବଲ୍‌ ସେଞ୍ଚୁରୀ। ଏଥିପାଇଁ ସେ ଖେଳିଥିଲେ ୩୭୧ ବଲ୍‌ । ମାରିଛନ୍ତି ୨୩ଟି ଚୌକା ଓ ୬ଟି ଛକା। ମାତ୍ର ୮ଟି ଇନିଂସ ଖେଳି ତୃତୀୟ ଟେଷ୍ଟ ସେଞ୍ଚୁରୀ ମାରିଛନ୍ତି ମୟଙ୍କ। ପୂର୍ବରୁ ଗତ ମାସରେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୧୫ ରନ୍‌ ପିଟିଥିଲେ। ମୟଙ୍କ ଅଗ୍ରଓ୍ଵାଲଙ୍କ ଡବଲ୍‌ ସେଞ୍ଚୁରୀ ବଳରେ ଭାରତ ଇନ୍ଦୋର ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.