ନିଜ ରେଗୁଲାର ଡାଏଟରେ ‘ମକା ଖଇ’କୁ ସାମିଲ କରନ୍ତୁ, ଏହି ରୋଗ ଗୁଡିକ ଠାରୁ ରକ୍ଷା ପାଆନ୍ତୁ

ମକା ତ ଦେହ ପାଇଁ ଭଲ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ମକାରୁ ପ୍ରସ୍ତୁତ ମକାଖଇ ବି ଦେହ ପାଇଁ ଭଲ ବୋଲି ହୁଏତ ଖୁବ କମ ଲୋକ ହୁଏତ ଜାଣିଥିବେ । ଏଥିରେ ସୋଡିୟମ, କ୍ୟାଲୋରୀ ଓ ଫ୍ୟାଟ ମାତ୍ରା ଖୁବ ପରିମାଣରେ ଅଛି । କଣ ଆପଣ ଜାଣନ୍ତିକି ଯଦି ଆପଣ ନିଜ ରେଗୁଲାର ଡାଏଟରେ ମକା ଖଇକୁ ସାମିଲ କରନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନିଶ୍ଚିତ ରୂପେ ଏକ ସୁପ୍ରଭାବ ପକାଇବ । ଏହାକୁ ଖାଇବା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ପେଟ ଭରିଥିବା ଭଳି ଲାଗେ । ଯାହା ଦ୍ୱାରା ଅନ୍ୟ କୌଣସି ଖାଦ୍ୟ ଖାଇବା ପାଇଁ ମନରେ ଇଚ୍ଛା ଜାଗ୍ରତ ହୋଇନଥାଏ । ଆହୁରି ମଧ୍ୟ ମକା ଖଇରେ ଭରପୁର ମାତ୍ରାରେ ଫାଇବର ଥାଏ ।

ପେଟ ସମସ୍ୟା ଠାରୁ ଆରମ୍ଭ କରି ହୃଦୟ ରୋଗ ପର୍ଯ୍ୟନ୍ତ ସବୁଥି ପାଇଁ ଏହି ମକା ଖଇ ବେଶ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ସକାଳ ସନ୍ଧ୍ୟାରେ ସ୍ନାକ୍ସ ହିସାବରେ ଖାଇପାରିବେ । ଏହା ଆପଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟପ୍ରଦ ସ୍ନାକ୍ସ ହୋଇପାରିବ । ଆପଣ ଚାହିଁବେ ତ ଏହାକୁ ଫ୍ରାଏ କରି ମଧ୍ୟ ଖାଇ ପାରିବେ ।

 

makhan new

-ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ଖାଇବେ ତ ଆପଣଙ୍କୁ ଜୀବନସାରା ମଧୁମେହ ରୋଗ ହେବାର ସମ୍ଭାବନା ଖୁବ କମ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରରେ ସ୍ୱତଃ ସ୍ପୃତ ଭାବେ ଇନ୍ସୁଲିନ କ୍ଷରଣ ହୋଇଥାଏ । ଫଳରେ ଶରୀରରେ ସୁଗାର ଲେବଲ କମିଯାଇଥାଏ ।

-ଏହାର ସେବନରେ ଆପଣଙ୍କ ହୃଦୟ ସୁସ୍ଥ ରହିବା ସହ ପାଚନ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ବହୁ ଦିନ ଧରି ଲାଗି ରହିଥିବା କୋଷ୍ଟ କାଠିନ୍ୟ ମଧ୍ୟ ଦୂର ହୋଇପାରେ ।

-ରାତିରେ କ୍ଷୀର ସହ ସେବନ କଲେ ଏହା ଅନିଦ୍ରା ତଥା ଚାପଗ୍ରସ୍ଥ ପରି ମାରାତ୍ମକ ସମସ୍ୟାରୁ ମଧ୍ୟ ମକା ଖଇ ମୁକ୍ତି ଦେଇପାରେ ।
ଯଦି ଆପଣ ଗଣ୍ଠିବାତ ରୋଗରେ ପୀଡିତ ତେବେ ନିଶ୍ଚିତ ରୂପେ ମକାଖଇ ଖାଆନ୍ତୁ । କାରଣ ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି ।

ଏହା ସହ ପଢନ୍ତୁ: ଶୀତ ଦିନରେ ‘ପାଲକ ଗାର୍ଲିକ ସୁପ୍‌’ର ମଜା ନିଅନ୍ତୁ, ଘରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ

-ମକା ଖଇ କିଡ୍ନୀକୁ ସୁସ୍ଥ ରଖିଥାଏ ।

-ମକାରେ ଭରପୁର ମାତ୍ରାରେ ଫୋଲିକ ଏସିଡ, ଆଇରନ ଓ ଜିଙ୍କ ଥିବାରୁ ଏହା ଶରୀରର ପ୍ରୋଟିନ ଅଭାବ ମଧ୍ୟ ଦୂର କରିପାରେ । ଗର୍ଭବସ୍ଥା ସମୟରେ ଏହାର ସେବନ ଅଧିକ ଲାଭ ଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.