Below header

ବଣାଇ: ଘରୋଇ କଳିକୁ ନେଇ ମା’କୁ ହତ୍ୟା କଲା ପୁଅ, ଅଭିଯୁକ୍ତ ରାଉତ ମୁଣ୍ଡା ଫେରାର

ବାଣାଇ(କେନ୍ୟୁଜ୍):   ଅମାନୁଷିକ, ଅମାନବୀୟ । ମା’କୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବଣାଇ କେ.ବଲାଙ୍ଗ ଥାନାର କୁଦ୍ଦାମୂଷା ଗାଁରେ । ଘରୋଇ କଳିକୁ ନେଇ ମଝିଆ ପୁଅ ରାଉତ ମୁଣ୍ଡା ଏକ ବାଡିରେ ପିଟି ପିଟି ମା’କୁ ହତ୍ୟା କରିଛି । ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଅପହଞ୍ଚ ଇଲାକା ହୋଇଥିବାରୁ ପୋଲିସ ପାଖରେ ଆଜି ଖବର ପହଞ୍ଚିଥିଲା । ଖବର ପାଇ ପୋଲିସ ମୃତଦେହକୁ ଜବତ କରି ପୋର୍ଷ୍ଟମର୍ଟମ ପାଇଁ ପଠାଇଥିଲା । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ରାଉତ ମୁଣ୍ଡା ଫେରାର ଅଛି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି । ଅନ୍ୟପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.