Below header

ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଘରେ ଝିଅଟିଏ ଥିଲେ ବାପା ମା’ଙ୍କର ତାର ବାହାଘରକୁ ନେଇ ସବୁବେଳେ ଚିନ୍ତା ରହିଥାଏ। କାରଣ ଏବେର ଜାମାନାରେ ଯୌତୁକ ପ୍ରଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭଲ ବରପାତ୍ର ପାଇଁ ଭଲ ଯୌତୁକ ବି ଦରକାର ପଡୁଛି। ଝିଅ ଯେତେବି ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଯୌତୁକ ସୁନିଶ୍ଚିତ। କିନ୍ତୁ ଏହି ଯୌତୁକ ପ୍ରଥାକୁ ପ୍ରତ୍ସୋହନ ନ ଦେଇ ଏହାକୁ ଲୋପ କରିବା ପାଇଁ ରାଜସ୍ଥାନ ଜୟପୁରର ଜଣେ ସିଆଇଏସଏଫ ଲୋକଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

brideବାହାଘରର ଟୀକା ଲାଗିବା ପରମ୍ପରା ସମୟରେ କନ୍ୟାର ବାପା ଯେତେବେଳେ ବରକୁ ୧୧ ଲକ୍ଷ ଟଙ୍କା ଏକ ଥାଳିରେ ଉପହାର ସ୍ୱରୂପ ଦେଲେ ସେତେବେଳେ ବରପାତ୍ର ଜଣଙ୍କ କନ୍ୟାର ବାପାଙ୍କୁ ହାତ ଯୋଡି ଏହାକୁ ଫେରାଇନେବା ପାଇଁ ଅନୁରୋଧ କଲେ। ତାଙ୍କର ଏହି କାମ ପାଇଁ ସେ ଚାରିଆଡେ ପ୍ରଶଂସା ପାଉଛନ୍ତି। ସିଆଇଏସଏଫ ଜବାନ ଜିତେନ୍ଦ୍ର ସିଂହ ଚାହାଁନ୍ତି ଭାରତରେ ଯୌତୁକ ପ୍ରଥା ଯେପରି ତୁରନ୍ତ ଶେଷ ହେଉ। ଜିତେନ୍ଦ୍ର ସିଂହଙ୍କ ବାପା ରାଜେନ୍ଦ୍ର ସିଂହ ବୋହୂକୁ ଆଗକୁ ପଢ଼ାଇବାକୁ ଚାହାନ୍ତି ଏବଂ ଅଫିସର ବନାଇବାକୁ ଚାହାଁନ୍ତି। କାରଣ ତାଙ୍କ ବୋହୂ ଚଞ୍ଚଳ ଏଲଏଲବି ଏବଂ ଏମଏଲଏମ ଗ୍ରାଜୁଏଟ୍‌ ଅଟନ୍ତି ଏବଂ ପିଏଚଡି ମଧ୍ୟ କରୁଛନ୍ତି।

jawanବରଙ୍କର ବାପା ରାଜେନ୍ଦ୍ର ସିଂହ କହିଛନ୍ତି ଯେ,‘ଆମେ ଏହି ୧୧ ଲକ୍ଷ ଟଙ୍କାକୁ ଫେରାଇ ସମାଜରେ ଥିବା ଏହି ଯୌତୁକ ପ୍ରଥାକୁ ହଟାଇବା ପାଇଁ ସାମାନ୍ୟ ଚେଷ୍ଟା କରିଛୁ। ମୋ ବୋହୂ, ମୋ ଝିଅ ସମାନ, ମୋ ବୋହୂର ଗୁଣ ହିଁ ମୋର ଯୌତୁକ। ଆମେ ଚାହୁଁଛୁ କି ସେ ଆମ ଘରକୁ ଆସି ପାଠ ପଢ଼ି ନିଜ ଲକ୍ଷ୍ୟ ହାସଲ କରୁ। ମୁଁ ସମାଜର ସମସ୍ତ ପରିବାରକୁ କହିବାକୁ ଚାହୁଁଛି ଯେ ନେ ନିଜ ବୋହୂକୁ ନିଜ ଝିଅ ବୋଲି ଭାବନ୍ତୁ। ଏପରି ହେଲେ ବୋହୂ ମଧ୍ୟ ନିଜ ଘରର ନାମକୁ ଉଚ୍ଚରେ ରଖିବାକୁ ଚେଷ୍ଟା କରିବ।’

cisfସେହିପରି ଜିତେନ୍ଦ୍ର କହିଛନ୍ତି, ‘ଦେଶର ସୈନିକ ହୋଇଥିବା କାରଣରୁ ମୁଁ କହିବାକୁ ଚାହୁଁଛି ଯେ ଦେଶର ଯୁବ ଗୋଷ୍ଠି ଯୌତୁକ ଗ୍ରହଣ ନ କରିବା ସହିତ ଏହି ପ୍ରଥାକୁ ବିରୋଧ କରିବା ଉଚିତ। ଯୌତୁକ କାରଣରୁ ଲୋକମାନେ ନିଜର ଝିଅ ମାନଙ୍କୁ ମାରି ଦେଉଛନ୍ତି। ସେଥିପାଇଁ ଦେଶର ଯୁବା ମାନେ ଯଦି ଗୋଟିଏ ଷ୍ଟେପ ଆଗକୁ ବଢ଼ନ୍ତି ତେବେ ଏହାକୁ ରୋକିବାରେ ସଫଳ ହେବେ।

ଏହାସହ ପଢନ୍ତୁ : ମାଙ୍କଡ କଲା ଅନଲାଇନରେ ଜିନିଷ ଅର୍ଡର, ମାଲିକ ଦେଖିଲେ ତ ଉଡିଗଲା ହୋସ୍‌

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଲୋକମାନେ ଝିଅ ପୁଅ ଭିତରେ ଫରକ ନ ଦେଖନ୍ତି ତେବେ ହୁଏତ ଦେଶରେ କନ୍ୟା ଭୃଣ ହତ୍ୟା କମିବା ସହିତ ଯୌତୁକ ପ୍ରଥା ମଧ୍ୟ କମିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.