Below header

ଏହି ବାହାଘର ସିଜିନରେ ନିଜକୁ ଏକ ଆକର୍ଷଣୀୟ ଲୁକ ଦେବା ପାଇଁ ଏସବୁ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

ସବୁ ଝିଅ ନିଜ ବାହା ଘର ନେଇ ବହୁ ସ୍ବପ୍ନ ଦେଖିଥାନ୍ତି । ବିଶେଷ କରି ଏହି ଦିନ ନିଜକୁ କିପରି ଏକ ଆକର୍ଷଣୀୟ ଲୁକ ଦେଇ ପାରିବେ ସେ ନେଇ ବହୁ ପ୍ରକାରର ତରିକା ମଧ୍ୟ ଆପଣେଇ ଥାନ୍ତି । କିଏ ନାମୀ ଦାମୀ ବିୟୁଟି ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି ତ କିଏ ଘରେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତିକି ଏସବୁ ଗୋଟିଏ ଦିନରେ ସଫଳ ହୋଇନଥାଏ । ଆଉବି ଏଗୁଡିକ କାହା କାହା ଠାରେ ଲାଭ ଦେଇଥାଏ ତ କାହା କାହା ଉପରେ ଜମା ଫରକ ପକାଇନଥାଏ । ନିଜ ମନ ପସନ୍ଦର ଲେହେଙ୍ଗା ତଥା ଶାଢୀରେ ଆପଣ ଆହୁରି କେମିତି ଅଧିକ ଆକର୍ଷଣୀୟ ଦେଖାଯିବେ ସେ ନେଇ କେତେ ଗୁଡିଏ ଟିପ୍ସ ବିଷୟରେ ପୂର୍ବରୁ ହିଁ ଜାଣି ରଖନ୍ତୁ ।

wedding look

 

-ଭଲ ଫିଗର ପାଇବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଓଜନ କମ କରିବା ସହ ତ୍ୱଚାରେ ଚମକ ଆଣିବା ପାଇଁ ଘର ତିଆରି ଖାଇବା ହିଁ ଖାଆନ୍ତୁ । ବଜାରରେ ମିଳୁଥିବା ପ୍ରୋସେଡ ଫୁଡ ଗୁଡିକ ଶରୀରର କ୍ୟାଲୋରୀ ହିଁ ବଢ଼ାଇଥାଏ |

-ନିଜ ଖାଦ୍ୟପେୟରୁ ମିଠା ଜାତୀୟ ଜିନିଷକୁ ସମ୍ପୂର୍ଣ ରୂପେ ଦୁରେଇ ଦିଅନ୍ତୁ । ଏହା ବଦଳରେ ଶୁଦ୍ଧ ମହୁ, ଗୁଡ,ଖଜୁରୀ ଆଦିକୁ ସାମିଲ କରନ୍ତୁ । କାରଣ ଏଗୁଡିକରେ ଏକ ପ୍ରକାର ପ୍ରାକୃତିକ ମିଠା ଭରପୁର ମାତ୍ରାରେ ଥାଏ । ଯାହା ତ୍ୱଚା ପାଇଁ ବିଶେଷ ସହାୟକ ହୋଇଥାଏ ।

-ନିଜ ପ୍ରତିଦିନର ଖାଦ୍ୟରେ ଭିଟାମିନ-ସି ଯୁକ୍ତ ଖାଦ୍ୟକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ । ଏଗୁଡିକ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିବା

ସହ ସ୍କିନକୁ ମଧ୍ୟ ଟାଇଟ କରିବ ।

wedding look

ଏହା ସହ ପଢନ୍ତୁ: ନିଜ ରେଗୁଲାର ଡାଏଟରେ ‘ମକା ଖଇ’କୁ ସାମିଲ କରନ୍ତୁ, ଏହି ରୋଗ ଗୁଡିକ ଠାରୁ ରକ୍ଷା ପାଆନ୍ତୁ

-ପୁରା ଦିନ ବିଭିନ ପ୍ରକାର ଫଳ ଓ ପନିପରିବା ଖାଇ ନିଜ ଶରୀରକୁ ଡ଼ିଟକ୍ସ କରନ୍ତୁ । ଫଳ ଓ ପନିପାରିବା ଏଥିପାଇଁ ବିଶେଷ ଲାଭଦାୟକ ହୋଇଥାଏ | ଏହା ସହ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ମଜଭୁତ କରିଥାଏ ।

-ଯେତେ ପାରୁଛନ୍ତି ନିଜକୁ ଆକ୍ଟିଭ ରଖନ୍ତୁ | ଆକ୍ଟିଭ ରହିବା ଦ୍ୱାରା ଶରୀରରୁ ଝାଳ ବାହାରି ଥାଏ । ଏହାରି ସାହାଯ୍ୟରେ ଶରୀରର ଏକ୍ସଟ୍ରା କ୍ୟାଲୋରୀ ଗୁଡିକ ବର୍ଣ ହୋଇଯାଏ | ବଡି ଏକ ଭଲ ସେପରେ ରହିବା ସହ ଡାଇଜେସନ ମଧ୍ୟ ଠିକ ଭାବେ ହୋଇପାରେ ।

-ନିଜ ଶୋଇବା ସମୟରେ ଜମା ବି ହେଳା କରନ୍ତୁ ନାହିଁ । ପ୍ରତିଦିନ ଠିକ ସମୟରେ ଶୁଆନ୍ତୁ ଓ ଠିକ ସମୟରେ ଉଠନ୍ତୁ । କାରଣ ଏକ ଭଲ ନିଦ ଆପଣଙ୍କ ତ୍ୱଚା ଓ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.