ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍‌ର ସମୀକ୍ଷା, ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍):    ବାତ୍ୟା ବୁଲବଲ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଛି । କେତେକ ଅଞ୍ଚଳରେ କିଛି ଘର ଭାଙ୍ଗିଛି । ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍‌ର ସମୀକ୍ଷା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ୭ଜଣିଆ କେନ୍ଦ୍ରୀୟ ଟିମ ମୁଖ୍ୟ । ଗତ ଦୁଇ ଦିନ ହେଲା କେନ୍ଦ୍ର ଗୃହ ମନ୍ତ୍ରାଳୟର ଯଗ୍ମ ସଚିବଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ୪ଟି ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ବୁଲି ସ୍ଥିତି ଅନୁଧ୍ୟାନ କରିଛି । ଏ ନେଇ ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯିବ । ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଟିମ୍‌। ଆସନ୍ତା ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ରକୁ ରାଜ୍ୟ ସରକାର ଏକ ସ୍ମାରକପତ୍ର ଦେବେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

You might also like