ଯାଜପୁର: କଳିଙ୍ଗନଗର ଥାନା ପରିସରରେ ଉଦଘାଟିତ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍କଲାରସିପ୍ ସ୍କିମ୍, ଯୋଗଦେଲେ ଏସପି

ଯାଜପୁର ରୋଡ(କେନ୍ୟୁଜ) :  କଳିଙ୍ଗନଗର ଥାନା ପରିସରରେ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍କଲାରସିପ୍ ସ୍କିମ୍ ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଯାଜପୁର ଏସପି ଚରଣ ସିଂ ମୀନା ଏବଂ ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପି ରାଜ କିଶୋର ଦୋରା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ଅଞ୍ଚଳର ୨୦ ଜଣ କଲେଜ ଛାତ୍ରଙ୍କୁ ଟ୍ରାଫିକ୍ ଭଲେଣ୍ଟିୟର ଭାବେ ନିୟୋଜନ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ଦୁର୍ଘଟଣା ପ୍ରବଣ ଓ ଜନଗହଳି ଅଞ୍ଚଳରେ ଏମାନଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଦାୟିତ୍ଵ ଦିଆଯାଇଥିବା ଏସପି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗରର ବିଭିନ୍ନ ଶିଳ୍ପ ଅନୁଷ୍ଠାନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଛାତ୍ର ଛାତ୍ରୀ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ଜିଲ୍ଳାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ଖୁବ୍ ଶୀଘ୍ର ଏହି ଯୋଜନାରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ କଲେଜ ଛାତ୍ରଙ୍କୁ ନିୟୋଜିତ କରାଯିବ ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.