INX ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଝଟ୍‌କା, ମିଳିଲାନି ବେଲ୍‌

INX ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟ୍‌କା। ମିଳିଲାନି ବେଲ୍‌। ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ଗତ ୮ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ଚିଦାମ୍ବରମଙ୍କ ଜାମିନକୁ ବିରୋଧ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି କୋର୍ଟଙ୍କୁ ଅବଗତ କରାଇଥିଲା ଯେ, ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କଲେ ସାକ୍ଷୀଙ୍କୁ ପ୍ରଭାବିତ କରିବେ। ପୂର୍ବରୁ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି । କିନ୍ତୁ ଇଡି ମାମଲାରେ ଚିଦାମ୍ବରମ୍‌ ଦିଲ୍ଲୀ ତିହାର ଜେଲରେ ଅଛନ୍ତି ।

 

Leave A Reply

Your email address will not be published.