ସ୍ପେଶାଲ

ଏମିତି ଜଣେ ଅର୍ଥ ମନ୍ତ୍ରୀ ଯିଏ ନିଜ ଜନ୍ମଦିନରେ କରିଥିଲେ ବଜେଟ୍‌ ଉପସ୍ଥାପନ

କଣ ଆପଣଙ୍କୁ ଜଣାଅଛି ସବୁଠାରୁ ଅଧିକ କିଏ ବଜେଟ ଉପସ୍ଥାପନ କରିଛନ୍ତି? ଚାଲନ୍ତୁ ଟିକେ ହିଣ୍ଟ୍‌ ଦେଇଦେଉଛୁ। ଏମିତିକି ସେ ନିଜର ଜନ୍ମଦିନରେ ମଧ୍ୟ ବଜେଟ ଉପସ୍ଥାପନ କରିଥିଲେ। ସାଧାରଣତଃ ଜନ୍ମଦିନ ସମସ୍ତଙ୍କ ପାଇଁ ଚିଲ୍‌ କରିବାର ଦିନ, ମସ୍ତି ମଉଜର ଦିନ। କିନ୍ତୁ ମୋରାରଜି ଦେଶାଇ, ଯିଏ କି ଏହାକୁ ମାନୁନଥିଲେ। ମୋରାରଜି ଦେଶାଇଙ୍କ ଜନ୍ମ ୨୯ ଫେବୃଆରୀ ୧୮୯୬ରେ ଗୁଜରାଟରେ ହୋଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦେଶାଇଙ୍କ ନାମ ସବୁଠାରୁ ଅଧିକ ବଜେଟ ଉପସ୍ଥାପନ କରିବାର ରେକର୍ଡ ରହିଛି।

ମୋରାରଜି ଦେଶାଇ ମୋଟ୍‌ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି। ବର୍ଷ ୧୯୬୪ ଏବଂ ୧୯୬୮ ବିଷୟରେ କହିବା ତ ଦୁଇ ଥର ଏମିତି ମଉକା ଆସିଛି ଯେ ସେ ନିଜ ଜନ୍ମଦିନରେ ବଜେଟଉପସ୍ଥାପନ କରିଛନ୍ତି। ଏମିତି ତ କୁହାଯାଏ ଏହି ବଜେଟକୁ ‘ବଡ ବଜେଟ’ ମଧ୍ୟ କୁହାଯାଏ।

୪ ନଭେମ୍ବର ୧୯୫୬ରେ ମୋରାରଜି ବାଣିଜ୍ୟ ଏବଂ ଉଦ୍ୟେଗ ମନ୍ତ୍ରୀ ରୂପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। ୨୨ ମାର୍ଚ୍ଚ ୧୯୫୮ ଦିନ ସେ ପ୍ରଥମ ଥର ଅର୍ଥ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଅର୍ଥ ମନ୍ତ୍ରୀ ରହିଥିବା ସମୟରେ ଦେଶର ରାଜସ୍ୱ ବଢ଼ିଲା। ପ୍ରଶାସନ ଉପରେ ସରକାରୀ ଖର୍ଚ୍ଚକୁ କମ୍‌ କରାଗଲା। ଦେଶାଇ ଆର୍ଥିକ ଘାଟାକୁ ବହୁତ ନିମ୍ନ ସ୍ତରରେ ରଖିଥିଲେ।

ଆଗକୁ ଯାଇ ମୋରାରଜି ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ହେଲେ। ସେ ଦେଶର ଚତୁର୍ଥମନ୍ତ୍ରୀ ଥିଲେ। ୨୪ ମାର୍ଚ୍ଚ, ୧୯୭୭କୁ ନେଇ ୨୮ ଜୁଲାଇ ୧୯୭୯ ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ଜନତା ପାର୍ଟିରେ ଦେଶାଇଙ୍କ ନେତୃତ୍ୱରେ ୧୯୭୭ରେ ପ୍ରଥମ ଥର ସରକାର ହୋଇଥିଲା।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

9 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

15 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

24 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

24 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago