ଏମିତି ଜଣେ ଅର୍ଥ ମନ୍ତ୍ରୀ ଯିଏ ନିଜ ଜନ୍ମଦିନରେ କରିଥିଲେ ବଜେଟ୍‌ ଉପସ୍ଥାପନ

କଣ ଆପଣଙ୍କୁ ଜଣାଅଛି ସବୁଠାରୁ ଅଧିକ କିଏ ବଜେଟ ଉପସ୍ଥାପନ କରିଛନ୍ତି? ଚାଲନ୍ତୁ ଟିକେ ହିଣ୍ଟ୍‌ ଦେଇଦେଉଛୁ। ଏମିତିକି ସେ ନିଜର ଜନ୍ମଦିନରେ ମଧ୍ୟ ବଜେଟ ଉପସ୍ଥାପନ କରିଥିଲେ। ସାଧାରଣତଃ ଜନ୍ମଦିନ ସମସ୍ତଙ୍କ ପାଇଁ ଚିଲ୍‌ କରିବାର ଦିନ, ମସ୍ତି ମଉଜର ଦିନ। କିନ୍ତୁ ମୋରାରଜି ଦେଶାଇ, ଯିଏ କି ଏହାକୁ ମାନୁନଥିଲେ। ମୋରାରଜି ଦେଶାଇଙ୍କ ଜନ୍ମ ୨୯ ଫେବୃଆରୀ ୧୮୯୬ରେ ଗୁଜରାଟରେ ହୋଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦେଶାଇଙ୍କ ନାମ ସବୁଠାରୁ ଅଧିକ ବଜେଟ ଉପସ୍ଥାପନ କରିବାର ରେକର୍ଡ ରହିଛି।

ମୋରାରଜି ଦେଶାଇ ମୋଟ୍‌ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି। ବର୍ଷ ୧୯୬୪ ଏବଂ ୧୯୬୮ ବିଷୟରେ କହିବା ତ ଦୁଇ ଥର ଏମିତି ମଉକା ଆସିଛି ଯେ ସେ ନିଜ ଜନ୍ମଦିନରେ ବଜେଟଉପସ୍ଥାପନ କରିଛନ୍ତି। ଏମିତି ତ କୁହାଯାଏ ଏହି ବଜେଟକୁ ‘ବଡ ବଜେଟ’ ମଧ୍ୟ କୁହାଯାଏ।

desai୪ ନଭେମ୍ବର ୧୯୫୬ରେ ମୋରାରଜି ବାଣିଜ୍ୟ ଏବଂ ଉଦ୍ୟେଗ ମନ୍ତ୍ରୀ ରୂପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। ୨୨ ମାର୍ଚ୍ଚ ୧୯୫୮ ଦିନ ସେ ପ୍ରଥମ ଥର ଅର୍ଥ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଅର୍ଥ ମନ୍ତ୍ରୀ ରହିଥିବା ସମୟରେ ଦେଶର ରାଜସ୍ୱ ବଢ଼ିଲା। ପ୍ରଶାସନ ଉପରେ ସରକାରୀ ଖର୍ଚ୍ଚକୁ କମ୍‌ କରାଗଲା। ଦେଶାଇ ଆର୍ଥିକ ଘାଟାକୁ ବହୁତ ନିମ୍ନ ସ୍ତରରେ ରଖିଥିଲେ।

ଆଗକୁ ଯାଇ ମୋରାରଜି ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ହେଲେ। ସେ ଦେଶର ଚତୁର୍ଥମନ୍ତ୍ରୀ ଥିଲେ। ୨୪ ମାର୍ଚ୍ଚ, ୧୯୭୭କୁ ନେଇ ୨୮ ଜୁଲାଇ ୧୯୭୯ ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ଜନତା ପାର୍ଟିରେ ଦେଶାଇଙ୍କ ନେତୃତ୍ୱରେ ୧୯୭୭ରେ ପ୍ରଥମ ଥର ସରକାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.