ଘରେ ବସି ରିନ୍ୟୁ କରନ୍ତୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ଜାଣନ୍ତୁ ଅନଲାଇନ୍‌ ଆପ୍ଲାଏ କରିବାର ଉପାୟ

କରୋନା ମହାମାରୀ କାରଣରୁ ଅନେକ କାମ ପୂରା କରିବାକୁ ସୁବିଧା ଦିଆଯାଉଛି। ଏହାରି ଭିତରେ ଯଦି ଆପଣଙ୍କୁ ନିଜ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ରିନ୍ୟୁ କରିବାର ଅଛି ଏବଂ ଆପଣଙ୍କ ପାଖରେ ଆରଟିଓ ଅଫିସ ପାଖକୁ ଯିବାକୁ ସୁବିଧା ଏବଂ ସମୟ ନାହିଁ ତାହେଲେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ଘରେ ବସି ଅନଲାଇନରେ ଅତି ସହଜରେ ଡ୍ରାଇଭିଙ୍ଗ୍‌ ଲାଇସେନକ୍ସକୁ ରିନ୍ୟୁ କରିପାରିବେ।

ଏହାଦ୍ୱାରା ଆପଣ ଭିଡ ଯାଗାକୁ ଯିବା ଠାରୁ ଦୂରେଇ ରହିପାରିବେ। ଏହାସହିତ ଆପଣଙ୍କ ସମୟ ବି ବଞ୍ଚିବ। ଏଥିପାଇଁ ସର୍ବପ୍ରଥମେ ଫର୍ମ ଡାଉନଲୋଡ କରି ତାକୁ ଭରିବାକୁ ହେବ ଏବଂ ତାପରେ ସ୍କାନ କରି ତାକୁ ଅପଲୋଡ୍‌ କରିବାକୁ ହେବ। ଏହାଛଡା ଯଦି ଆପଣଙ୍କ ବୟସ ୪୦ ବର୍ଷରୁ ଅଧିକ, ତେବେ ଆପଣଙ୍କୁ କୌଣସି ସାର୍ଟିଫାଏଡ ଡାକ୍ତରଙ୍କ ଠାରୁ ପୂରଣ କରିଥିବା ଫର୍ମ୧ଏ ଦରକାର ହେବ। ଅରିଜିନାଲ ଏକ୍ସଫାୟର୍ଡ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ପାସପୋର୍ଟ ସାଇଜ୍‌ ଫଟୋ ଏବଂ ଆଧାର କାର୍ଡର ଫଟୋ ଅପଲୋଡ କରିବାକୁ ହେବ। ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ରିନ୍ୟୁ କରିବା ପାଇଁ

ଆପଣାନ୍ତୁ ଏହି ତରିକା

  • ଅନଲାଇନ୍‌ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ରିନ୍ୟୁଆଲ କରିବ ପାଇଁ ପ୍ରଥମେ ଭାରତ ସରକାରଙ୍କ ସଡକ ପରିବହନ ମନ୍ତ୍ରାଳୟର ଅଫିସିଆଲ ୱେବସାଇଟ https://parivahan.gov.in/parivahan/କୁ ଯିବାକୁ ହେବ।
  • ଏଠାରେ ଆପଣଙ୍କୁ ବାମ ପାର୍ଶ୍ୱରେ ଆପ୍ଲାଏ ଅନଲାଇନ ଉପରେ କ୍ଲିକ କରିବାକୁ ହେବ।
  • ଏବେ ‘ସର୍ଭିସେସ ଅନ୍‌ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ’ ଉପରେ କ୍ଲିକ କରନ୍ତୁ ଏବଂ କୁହାଯାଇଥିବା ଷ୍ଟେପସକୁ ଫଲୋ କରନ୍ତୁ।
  • ଏହାପରେ ଆପଣଙ୍କୁ ଦିଆଯାଇଥିବା ଆପ୍ଲିକେସନ ଫର୍ମକୁ ଭରିବାକୁ ହେବ ଏବଂ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ହେବ।
  • ଫର୍ମ ଭରିବା ଏବଂ ଡକ୍ୟୁମେଣ୍ଟକୁ ଅପଲୋଡ କରିବା ପରେ ଅନଲାଇନ୍‌ ପ୍ରୋସେସ୍‌ ପୂରା ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.