ସ୍ପେଶାଲ

ମୋବାଇଲ ବ୍ୟବହାର ବ୍ରେନଟ୍ୟୁମର କରାଏ କି ? ଜାଣନ୍ତୁ ଉତ୍ତର

ବର୍ତ୍ତମାନ ସୋସିଆଲ ମିଡିଆର ଜମାନା । ନିତିଦିନ କିଛି ନା କିଛି ଏଭଳି ଖବର ସବୁ ସାମନାକୁ ଆସୁଛି ଯାହା ହୋସ ଉଡାଇଦେଲା ଭଳି । ଅନେକ ଥର ଆପଣ ଶୁଣିବାକୁ ପାଇଥିବେ କି ମୋବାଇଲ ବ୍ୟବହାର ଦ୍ୱାରା ବ୍ରେନରେ ଟ୍ୟୁମର ବା ବ୍ରେନ କ୍ୟାନସର ଭଳି ସମସ୍ୟା ଦେଖାଦେଉଛି । ଏଭଳି ସାଂଘାତିକ କଥା କେବେ କେବେ ମଣିଷକୁ ଦୋହଲାଇଦିଏ । କାରଣ ଆମେ ବର୍ତ୍ତମାନ ଏଭଳି ହୋଇଗଲେଣି କି ମୋବାଇଲ ଆମର ଏକ ଅଙ୍ଗ ପରି । ଏହାକୁ ଛାଡି କାମ କରିବା ଏବେ ମୁସ୍କିଲ । ନିତିଦିନିଆ କାର୍ଯ୍ୟରେ ଏହା ପ୍ରମୁଖ ଭୂମିକା ନିଭାଉଛି । ସେଥିପାଇଁ ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଏହାକୁ ନେଇ ଏକ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚର ମାନେ କହିଛନ୍ତି କି ମୋବାଇଲ ବ୍ୟବହାର ଦ୍ୱାରା ବ୍ରେନ ଟ୍ୟୁମର ଅବା ବ୍ରେନ କ୍ୟାନସର ଭଳି ସମସ୍ୟା ବଢେ ନାହିଁ ।

ଅନୁସନ୍ଧାନକାରୀମାନେ ବ୍ରିଟେନର ୪ଲକ୍ଷ ଲୋକଙ୍କ ଉପରେ ରିସର୍ଚ୍ଚ କରିଥିଲେ । ପାଖାପାଖି ଦଶବର୍ଷ ଧରି ସେମାନଙ୍କୁ ଟ୍ରାକ କରାଯାଇଥିଲା । ରିସର୍ଚ୍ଚରେ ଯେଉଁମାନଙ୍କୁ ସାମିଲ କରାଯାଇଥିଲା ସେମାନଙ୍କ ବୟସ ୫୦ରୁ ୮୦ବର୍ଷ ଭିତରେ ରହିଥିଲା । ଏହି ରିସର୍ଚ୍ଚ ୨୦୦୧ରୁ ୨୦୧୧ଭିତରେ ହୋଇଥିଲା । ଏମାନେ ଫୋନର କେତେ ମାତ୍ରାରେ ବ୍ୟସ୍ତ ରହୁଥିଲେ ଆଉ କେତେବେଳେ ବ୍ୟବହାର କରୁଥିଲେ ସେନେଇ ତାର ସମ୍ପୂର୍ଣ୍ଣ ତଥ୍ୟ ବା ସୂଚନା ନିଆଯାଇଥିଲା । ସେମାନଙ୍କୁ ମଧ୍ୟ ଏନେଇ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତରକୁ ଫୋନ ରେକର୍ଡରେ ମିଳାଯାଇଥିଲା । ଏହାପରେ ଯାଞ୍ଚ କରାଯାଇଥିଲା କି ଏମାନଙ୍କ ମଧ୍ୟରେ ବ୍ରେନ ଟ୍ୟୁମର ଅଛି କି ନାହିଁ ।

ରିପୋର୍ଟ ଆସିବା ପରେ ଜଣାପଡିଲା କି ମାତ୍ର ୦.୪୧ ପ୍ରତିଶତ ମହିଳା ବ୍ରେନ କ୍ୟାନସରରେ ପିଡୀତ ଥିଲେ । କିନ୍ତୁ ମୋବାଇଲ ଏଥିରେ କେତେ ମାତ୍ରାରେ ଭାଗିଦାର ତାହା ଜାଣିବାକୁ ନେଇ ରିସର୍ଚ୍ଚ ପରେ ବୈଜ୍ଞାନିକମାନେ କହିଛନ୍ତି କି ମୋବାଇଲ ଓ କ୍ୟାନସରକୁ ନେଇ କୌଣସି ପ୍ରକାର ସଂଯୋଗ ସାମନାକୁ ଆସିନାହିଁ ।

ଅନୁସନ୍ଧାନକାରୀ ମାନେ ଆହୁରି ମଧ୍ୟ କହିଛନ୍ତି କି ଅନେକ ଏଭଳି ଫ୍ୟାକ୍ଟର ରହିଛି ଯାହା ବ୍ରେନ ଟ୍ୟୁମରର ଆଶଙ୍କାକୁ ବଢାଇଥାଏ ଏମିତିକି ଏହାର କାରଣ ମଧ୍ୟ ହୋଇଥାଏ । ଯେମିତିକି ଧୂମପାନ, ଆଲକହଲ ଭଳି ପଦାର୍ଥ ଯାହା ଏହାକୁ ଅଧିକ ମାତ୍ରାରେ ବଢାଇବାରେ ସହାୟକ ହୁଏ କିନ୍ତୁ ଷ୍ଟାଟିଷ୍ଟିକାଲ ଆନାଲିସିସ ଅନୁଯାୟୀ ଅଳ୍ପ ମାତ୍ରାରେ ମୋବାଇଲ ବ୍ୟବହାର ଏଭଳି କିଛି ଘଟାଇନଥାଏ । ଅର୍ଥାତ ବ୍ରେନ ଟ୍ୟୁମର ଅବା ବ୍ରେନ କ୍ୟାନସର ଭଳି ସାଂଘାତିକ ରୋଗକୁ ଆଣିନଥାଏ ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

14 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

30 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

39 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

48 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago