ସ୍ପେଶାଲ

ଟିଟାନାସ ଇଞ୍ଜେକ୍ସନ ରୋକିବ କ୍ୟାନସର !

ବର୍ତ୍ତମାନ ଦିନକୁ ଦିନ ରୋଗ ତାର ରୂପ ବଦଳାଉଛି । ସେମିତି ଚିକିତ୍ସା ବିଢାନ ବି ସେଇ ଦିଗରେ ତାର ଗତିକୁ ଦୁଇଗୁଣା କରୁଛି । ଚିକିତ୍ସା ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ଏମିତି ଅନେକ ବଡ ବଡ ରୋଗ ଅଛି ଯାହା ଆଜି ବି ଡରାଉଛି । ଯେମିତିକି କ୍ୟାନସର । ଯାହାର ପ୍ରଥମରୁ ଚିକିତ୍ସା କଲେ ସଫଳତା ମିଳିପାରୁଥିଲେ ବି ଅନେକର ଆଜିଯାଏଁ କୌଣସି ସମାଧାନ ବାହାରିପାରିନି । ଏବେ ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି କି ଟିଟାନାସ ଯାହା ଆପଣ କୌଉଠି ଆଘାତ ପାଇଲେ ନେଇଥାନ୍ତି ତାହା ଏବେ କ୍ୟାନସର ରୋକିବ ।

ଟିଟାନାସ ଇଞ୍ଜେକ୍ସନରୁ ପାନକ୍ରିୟାଜ କ୍ୟାନସରକୁ ରୋକାଯାଇପାରିବ । ଆମେରୀକାର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ତଥ୍ୟ ସାମନାକୁ ଆସିଛି । ବୈଜ୍ଞାନିକଙ୍କର କହିବା କଥା ହେଲା ଟିଟାନାସ ଇଞ୍ଜେସନ ଲାଗିବା ପରେ ଏଥିରୁ ମିଳୁଥିବା ଇମ୍ୟୁନିଟି ଶିରାରେ କ୍ୟାନସର ବିରୁଧରେ କାମ କରେ । ନିୟୁର୍କର ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ ମେଡିସିନର ଅନୁସନ୍ଧାନକାରୀମାନେ ନିଜ ରିସର୍ଚ୍ଚ ଦ୍ୱାରା ଏହି ଦାବି କରିଛନ୍ତି । ତାଙ୍କର କହିବା କଥା କି ଟିଟାନସ ଇଞ୍ଜେକ୍ସନ ପାଇଁ ଶରୀରରେ ଇମ୍ୟୁନ ରେସପ୍ନସ ବିକଶିତ ହୋଇଥାଏ ଯାହାଫଳରେ କ୍ୟାନସର ବଢିବାର ୮୭ପ୍ରତିଶତ ପର୍ଯ୍ୟନ୍ତ ଏହାଦ୍ୱାରା ରୋକାଯାଇପାରେ । ଏହାଦ୍ୱାରା ରୋଗୀର ସ୍ଥିତି ଗମ୍ଭୀର ହୋଇନଥାଏ ।

ପାନକ୍ରିୟାଜ ଶରୀରର ଜରୁରୀ ଅଙ୍ଗ ଅଟେ ଏବଂ ଏହା ବାମ ପାର୍ଶ୍ୱରେ ଅବସ୍ଥିତ । ଏହାର କାମ ଶରୀରରେ ପାଚନ କ୍ରିୟାରେ ସାହାଯ୍ୟ କରିଥିଏ ଏବଂ ଏହା ଏକ ଏନଜାଇମ ଓ ହରମୋନ ରିଲିଜ କରିଥାଏ । ଏହି ଭାଗରେ ଯେତେବେଳେ କୋଶିକା ଗୁଡିକ ଅନୁୟନ୍ତ୍ରିତ ବାବେ ବଢିବାକୁ ଲାଗିଥାଏ ତେବେ ତାହା ଟ୍ୟୁମରର ରୂପ ନେଇଥାଏ । ଯାହାକୁ ପାନକ୍ରିୟାଟିକ କ୍ୟାନସର କୁହାଯାଏ । ଓଜନ କମିବା, ଭୋକ ନଲାଗିବା, ପାଚନ ବିଗିଡିବା ଏବଂ ପେଟ ପିଠିରେ ଯନ୍ତ୍ରଣା ଭଳି ଲକ୍ଷଣ ଏହି କ୍ୟାନସରର ଇସାରା ଦେଇଥାଏ । ତେବେ ଏହାକୁ ନେଇ ଆମେରୀକାନ କ୍ୟାନସର ସୋସାଇଟି କହେ କି ଏହି କ୍ୟାନସର ସହ ଯୁଝୁଥିବା ୧୧ପ୍ରତିଶତ ରୋଗୀ ୫ବର୍ଷ ଯାଏଁ ବଞ୍ଚିପାରନ୍ତି । ଏହାର ଚିକିତ୍ସା ହିଁ ଏକ ବଡ ଉପଲବ୍ଧି ଅଟେ । କାରଣ ପାନକ୍ରିୟାଟିକ କ୍ୟାନସର ବହୁତ ହି ଭୟଙ୍କର ଅଟେ । ଏହି ରୋଗୀର ବଞ୍ଚିବା ବହୁତ ମୁସ୍କିଲ ହୋଇଯାଏ । ଏମିତିକି ଏହା ଜୀବନ ବି ନେଇଯାଇଥାଏ ।

ନ୍ଯୁଜମେଡିକାଲର ଏକ ରିପୋର୍ଟ ହିସାବରେ ଏହା ଏଥିପାଇଁ ଖତରନାକ ହୋଇତାଏ କାରଣ ମଣିଷର ଇମ୍ୟୁନ ସିଷ୍ଟମ କ୍ୟାନସରର କୋଶିକାକୁ ଚିହ୍ନିପାରିନଥାଏ । ଯାହାଫଳରେ ଏହାର ଜଟିଳତା ବଢିଯାଇଥାଏ । କିନ୍ତୁ ଟିଟାନସର ଭ୍ୟାକ୍ସିନ ପାଇଁ ଏହି କ୍ୟାନସର ଗ୍ରୋଥକୁ ରୋକାଯାଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି କି ଏହି ଚିକିତ୍ସା ଦ୍ୱାରା କ୍ୟାନସର କୋଶିକା ଗୁଡିକର ଆକାର କମ ହୋଇଥାଏ ଓ ବଢିବାଠୁ ରୋକାଯାଇପାରେ । ଏହିଭଳି ଭାବରେ କ୍ୟାନସର ଚିକିତ୍ସାକୁ ଆହୁରି ପ୍ରଭାବି କରାଯାଇପାରେ ।

KNews Bureau

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

24 seconds ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

15 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago