ରାଜ୍ୟ

କାଲିଠାରୁ ହଟିବ କୋଭିଡ କଟକଣା କିନ୍ତୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ

କେନ୍ୟୁଜ୍(ବ୍ୟୁରୋ): କରୋନା କାୟା କମୁଛି । ହଟୁଛି କଟକଣା । ଦୁଇ ବର୍ଷ ପରେ ରାଜ୍ୟରୁ ହଟିଲା ମହାମାରୀ ଆଇନ୍‌ । କୋଭିଡ ସ୍ଥିତି ସୁଧୁରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଲୋକ ସତର୍କତା ଅବଲମ୍ବନ କରିବେ । ସର୍ବାସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ । ହାତ ଧୋଇବା ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୫୦ ଭିତରେ ରହୁଛି । ଅଧାରୁ ଅଧିକ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହେଉ ନାହାନ୍ତି । ପୂର୍ବରୁ କେନ୍ଦ୍ର ସରକାର ମହାମାରୀ ଆଇନ ପ୍ରତ୍ୟାହାର କରିବା ପାଇଁ ସବୁ ରାଜ୍ୟକୁ କହିଥିଲେ ।

୨୦୨୨ରେ ସରିବ କି କୋଭିଡ୍‌ ପ୍ରକୋପ? କୋଭିଡ୍‌ ମୁକାବିଲା ନେଇ ତୃତୀୟ ରଣନୀତି ପ୍ରସ୍ତୁତ କରିଛି ଡବ୍ଲୁଏଚ୍‌ଓ। ଆଶା କରାଯାଉଛି ଏହା ଶେଷ କୋଭିଡ୍‌ ମୁକାବିଲା ପ୍ରସ୍ତୁତି ବୋଲି ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତିନିଟି ଦୃଶ୍ୟପଟ୍ଟ ଆଗକୁ ଦେଖିବାକୁ ମିଳିପାରେ । ଭାଇସର ବିବର୍ତ୍ତନ ଜାରି ରହିବ । କିନ୍ତୁ ମାରତ୍ମକତା କମିଯିବ । କାରଣ ଟିକା ଓ ସଂକ୍ରମଣ ଯୋଗୁଁ ଶରୀରରେ ପ୍ରତିରୋଧକ ଶକ୍ତି ବଢିଯାଇଥିବ । କିଛି ସ୍ଥାନରେ ରହି ରହି ସଂକ୍ରମଣ ଦେଖାଯିବ । ତେଣୁ ବୁଷ୍ଟର ଡୋଜ୍‌ ଆବଶ୍ୟକ ପଡିବ ।  ଆଉ ଏକ ସମ୍ଭାବନା ହେଉଛି, କମ୍‌ ମାରାତ୍ମକ ଓ ସଂକ୍ରାମକ ଭାରିଆଣ୍ଟ ଦେଖିବାକୁ ମିଳିବ । ବୁଷ୍ଟର ଡୋଜ୍‌ କିମ୍ବା ନୂଆପ୍ରକାର ଟିକା ଆବଶ୍ୟକ ପଡିବ ନାହିଁ ।

WHOର ତୃତୀୟ ଆକଳନ କହୁଛି, ଅଧିକ ମାରାତ୍ମକ ଓ ସଂକ୍ରାମକ ଭାରିଆଣ୍ଟ ଆସିବ । ସଂକ୍ରମଣ ଓ ମୃତ୍ୟୁ ସହ ଲଢୁଥିବା ଲୋକଙ୍କ ପ୍ରତିରୋଧକ ଶକ୍ତି କମିଯିବ । ଏବେ ବିଭିନ୍ନ ଦେଶରେ ସଂକ୍ରମଣ ବଢୁଛି । ଚୀନରେ କିଛି ସହରରେ ସ୍ଥିତି ସଙ୍ଗୀନ ହେଉଛି । ଫ୍ରାନ୍ସରେ ବି କରୋନା କେସ୍‌ ବଢୁଛି ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

37 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago