ସ୍ପେଶାଲ

ଆପଣଙ୍କ ଗାଡିର କିଛି ବି ସମସ୍ୟା ପାଇଁ ସରକାରଙ୍କୁ କରନ୍ତୁ ଅଭିଯୋଗ, ଜଲଦି ସମାଧାନ ହେବ ଆପଣଙ୍କ ସମସ୍ୟା

ଗାଡି ମାଲିକଙ୍କୁ ଆଉ ହେବନି ସମସ୍ୟା। କୌଣସି ପ୍ରକାର ଅସୁବିଧାକୁ ନେଇ ଆଉ ଚିନ୍ତା କରିବାକୁ ପଡିବନି। ବାରମ୍ବାର କମ୍ପାନୀର ଚକ୍କର କାଟିବାକୁ ପଡିବନି। କାହିଁକିନା ଏବେ ଆପଣଙ୍କ ଗାଡିର ସବୁ ସମସ୍ୟାର ସମାଧାନ କରିବେ ସରକାର। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପରିବହନ େଓ୍ଵବସାଇଟରେ ବାହନ ରିକଲ ପୋର୍ଟାଲକୁ ଲଞ୍ଚ୍‌ କରିଛନ୍ତି ସରକାର। ଏଥିରେ ରେଜିଷ୍ଟ୍ରେସନ କରିବା ପରେ ଗାଡି ମାଲିକ ନିଜ ଗାଡିର ନିର୍ମାଣ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ।

ଏବେ ସୁଦ୍ଧା ଗାଡି ମାଲିକ ମାନଙ୍କୁ ନିଜ ଗାଡି ସମ୍ବନ୍ଧୀୟ କୌଣସି ବି ଅସୁବିଧା ସମ୍ପର୍କରେ ଜଣାଇବାକୁ ହେଲେ ଡିଲରସିପଙ୍କ ଚକ୍କର କାଟିବାକୁ ପଡୁଥିଲା। କିନ୍ତୁ ସରକାର ଗାଡି ମାଲିକ ମାନଙ୍କୁ ଆସ୍ୱସ୍ତି ଦେବା ପାଇଁ ସମାଧାନର ବାଟ ବାହାର କରିଛନ୍ତି। ଯଦି ଆପଣଙ୍କ ଗାଡି ୭ ବର୍ଷରୁ କମ୍‌ ପୁରୁଣା ଏବଂ ସେଥିରେ କୌଣସି ପ୍ରକାର ଅସୁବିଧା ଦେଖାଯାଉଛି ତାହେଲେ ଆପଣ ଏହି ପୋର୍ଟାଲରେ ଅଭିଯୋଗ କରିପାରିବେ।

ଆପଣଙ୍କ ଅଭିଯୋଗ ରୁଜୁ ହେବା ପରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଆପଣଙ୍କ ମାମଲାକୁ ଯାଞ୍ଚ କରିବ ଏବଂ ଅଭିଯୋଗ ଆଧାରରେ ବାହନକୁ ରିକଲ୍‌ କରିବାକୁ ଚେଷ୍ଟା କରିବେ। ରାଷ୍ଟ୍ରୀୟ ରାଜମାର୍ଗ ଯାତାୟତ ସୁରକ୍ଷା ପ୍ରଶାସନ ଭଳି କେନ୍ଦ୍ରୀକୃତ ଏଜେନ୍ସୀ ଅଭିଯୋଗକୁ ଯାଞ୍ଚ, ତଦାରଖ ଏବଂ ସୁଧାର କରିବେ। ଭାରତରେ ଯେତେ ବି ଅଟୋ ମୋବାଇଲ କମ୍ପାନୀ ରହିଛି ତାହା ଏବେ ସୁଦ୍ଧା ନିଜ ସମସ୍ୟା ନିଜେ ବୁଝି ଆସିଛି। ଯେଉଁ ଗାଡିରେ ସମସ୍ୟା ଆସୁଥିଲା ସେତେବେଳେ କମ୍ପାନୀ ତାର ରିକଲ କରୁଥିଲା। କିନ୍ତୁ ଏବେ କାର ମାଲିକ କିଛି ବି ସମସ୍ୟା ହେଲେ ନିଜେ ଏହି ନୂଆ ସୁବିଧାର ଫାଇଦା ଉଠାଇ ସମସ୍ୟାର ସମାଧାନ କରିପାରିବେ।

ସବୁଠୁ ଖାସ୍‌ କଥା ହେଉଛି ସରକାରଙ୍କ ଏହି ନୂଆ ନିୟମର ପାଳନ କରିବାରେ ଯଦି କୌଣସି ଅଟୋମୋବାଇଲ କମ୍ପାନୀ ଏହି ନିୟମକୁ ମାନୁ ନାହାଁନ୍ତି କିମ୍ବା ବାହନକୁ ରିକଲ୍‌ କରିବାକୁ ମନା କରୁଛନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ୧୦ ଲକ୍ଷରୁ ନେଇ ୧୦ କୋଟି ଟଙ୍କାର ଜରିମାନା ଲଗାଯାଇପାରିବ। ଏମିତି ହେଉଥିଲା ଯେ ଯେତେବେଳେ ଗାଡିରେ କୌଣସି ସମସ୍ୟା ଆସୁଥିଲା କମ୍ପାନୀ ସମସ୍ୟାର ସମାଧାନ ପାଇଁ ବହୁତ ଟଙ୍କା ଡିମାଣ୍ଡ କରୁଥିଲା। କିନ୍ତୁ ଏବେ ଆଉ ଏମିତି ହେବନାହିଁ ଏବଂ କାର କମ୍ପାନୀ ଏବେ ଗାଡିକୁ ଠିକ କରି ମାଲିକଙ୍କୁ ସସମ୍ମାନେ ହସ୍ତାନ୍ତର କରିବେ।

ଏହି ନୂଆ ସୁବିଧା ଅନୁଯାୟୀ ଗାଡି ମାଲିକଙ୍କ ଅଧିକାର ଉପରେ କୌଣସି ଆଞ୍ଚ୍‌ ଆସିବନି ଏବଂ କାର ଖରାପ ହେଲେ ତାକୁ ଠିକ୍‌ କରିବାର ଦାୟିତ୍ୱ ସରକାରଙ୍କର ହେବ। ଏହାପରେ ସରକାର ନିଜ ଦାୟିତ୍ୱରେ ଆଟୋମୋବାଇଲ କମ୍ପାନୀମାନଙ୍କ ସହିତ ଏହି ବିଷୟରେ କଥା ହେବେ ଏବଂ କାର ଠିକ କରି ତାକୁ ମାଲିକଙ୍କୁ ହସ୍ତାନ୍ତର କରିବେ।

Pritiparna

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

17 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

18 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

52 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

60 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago