ମନୋରଂଜନ

ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ନାଁ କେଶ ଦାୟର, “ପ୍ରେଗନାନ୍ସି ବାଇବେଲ”କୁ ନେଇ ମୁଣ୍ଡ ଟେକିଛି ବିବାଦ

ବଲିଉଡ ଅଭିନେତ୍ରୀ କରିନା କପୁରଙ୍କୁ ନେଇ ମୁଣ୍ଡ ଟେକିଛି ବିବାଦ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକେ କରିନାଙ୍କ ବିରୋଧରେ ପ୍ରତିବାଦ କରିଥିବା ଜଣାଯାଇଛି । ଖାଲି ସେତିକି ନୁହେଁ ବୁଧବାର ମହାରାଷ୍ଟ୍ର ବିଡ ସହରର ପୋଲିସ ନିକଟରେ ଅଭିଯୋଗ ଦାୟର ହୋଇଛି । ପ୍ରକୃତରେ କରିନାଙ୍କ ଦ୍ୱାରା ଲିଖିତ ଏକ ଜୀବନୀ ପୁସ୍ତିକାକୁ ନେଇ ହିଁ କରିନାଙ୍କ ଵିରୋଧରେ ବିଦ୍ରୋହ ମୁଣ୍ଡ ଟେକିଛି । “ଆଲଫା ଓମେଗା କ୍ରିଷ୍ଟିଆନ ମହାସଂଘ”ର ଅଧ୍ୟକ୍ଷ ଆଶିଷ ସିନ୍ଦେ ଏହି ପୁସ୍ତକକୁ ନେଇ ଶିବାଜୀ ନଗର ପୋଲିସ ଷ୍ଟେସନ ନିକଟରେ ଅଭିଯୋଗ ଦାୟର କରିଛନ୍ତି । ଏହି ପୁସ୍ତିକାରେ ଆଉ ଜଣେ ଲେଖକଙ୍କ ନାଁ ବି ଉଲ୍ଲେଖ ରହିଛି ।

କରିନା ନିଜ ଜୀବନୀ ଉପରେ ଲିଖିତ ପୁସ୍ତକର ନାଁ ‘ପ୍ରେଗ୍ନେନ୍ସି ବାଇବେଲ” ରଖିଛନ୍ତି । ବାଇବେଲ ଏକ ନିର୍ଦ୍ଦିଷ୍ଟ ଧର୍ମର ଗ୍ରନ୍ଥ ହୋଇଥିବାରୁ ଏହା ଧାର୍ମିକ ଭାବନାକୁ ଆଘାତ କରୁଛି ବୋଲି ଅଭିଯୋଗକାରୀ ଜଣଙ୍କ ଏଥିରେ ଉଲ୍ଲେଖ କରିଛନ୍ତି । ସିଂଦେ କରିନାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ନାଁରେ ଭାରତୀୟ ଦଣ୍ଡ ସଂହିତା ବା (ଆଇପିସି) ଧାରା 295-ଏ ଅନୁଯାୟୀ ମାମଲା ଦାୟର କରିଛନ୍ତି । ଜବାବରେ ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତିକି ଆମ ନିକଟକୁ ଅଭିଯୋଗ ଆସିଥିଲେ ମଧ୍ୟ ଆମେ ଏହାକୁ ଗ୍ରହଣ କରିନାହୁଁ । କାହିଁକିନା ଘଟଣାଟି ତାଙ୍କ ପୋଲିସ ଷ୍ଟେସନ ଅଧୀନରେ ଆସୁନାହିଁ । ସେମାନଙ୍କୁ ମୁମ୍ବାଇରେ କେଶ ଦାୟର କରିବାକୁ ଆମେ କହିଛୁ ।

କହିରଖିବା ଉଚିତ ହେବକି, ଚଳିତ ମାସ ୯ ତାରିଖରେ କରିନା ନିଜ ପୁସ୍ତିକା “ପ୍ରେଗନାନ୍ସି ବାଇବେଲ” ବିମୋଚନ କରିଥିଲେ । ଫେବୃଆରୀରେ ନିଜ ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଥିବା କରିନା ଏହି ପୁସ୍ତିକାକୁ ନିଜ ତୃତୀୟ ସନ୍ତାନ ଭାବରେ ଉଲ୍ଲେଖ କରିଥିଲେ । ପୁସ୍ତକର ପ୍ରମୋସନକୁ ନେଇ ଏକାଧିକ ଫଟୋ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ ବି କରିଥିଲେ । ଅଭିନେତ୍ରୀଙ୍କ ଅନୁଯାୟୀ ନିଜ ଦୁଇ ଗର୍ଭାବସ୍ଥା ସମୟର ଅନୁଭବ ଗୁଡିକୁ ସେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

KNews Bureau

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

16 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

24 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

38 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

50 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

58 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago