Categories: ସ୍ପେଶାଲ

ଭାରତର ରହସ୍ୟମୟୀ କିଲ୍ଲା, ଯେଉଁଠି ୩୫୦ ବର୍ଷ ପୂର୍ବରୁ ରହସ୍ୟାବୃତ୍ତ ହୋଇ ରହିଛି ‘ପୋଖରି ପାଣି’

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ତଟବର୍ତ୍ତୀ ଗାଁ ମୁରୁଦରେ ମଧ୍ୟ ଏମିତି ଏକ ଜାଗା ଅଛି, ଯାହା ‘ମୁରୁଦ ଜଞ୍ଜିରା କିଲ୍ଲା’ ନାଁରେ ପରିଚିତ। ଏହା ଏକ ପ୍ରାଚୀନ କିଲ୍ଲା। ସମୁଦ୍ର ପତ୍ତନଠାରୁ ୯୦ ଫୁଟ ଉଚ୍ଚତାରେ ନିର୍ମିତ ଏହି କିଲ୍ଲାର ଖାସ୍‌ କଥା ହେଉଛି, ଏହା ଆରବ ସାଗର ମଝିରେ ତିଆରି ହୋଇଛି।

ମୁରୁଦ ଜଞ୍ଜିରା କିଲ୍ଲା ଭାରତର ପଶ୍ଚିମ ତଟର ଏକମାତ୍ର କିଲ୍ଲା, ଯାହାକୁ କେହି କେବେ ଜୟ କରିପାରି ନାହାନ୍ତି। କୁହାଯାଏ କି, ବ୍ରିଟିଶ, ପର୍ତ୍ତୁଗାଲ, ମୋଗଲ, ଶିବାଜୀ ମହାରାଜ, କାହ୍ନୋଜୀ ଆଂଗ୍ରେ, ଚିମ୍ମାଜି ଅପ୍ପା ଓ ସମ୍ଭାଜି ମହାରାଜ ଏହି କିଲ୍ଲାକୁ ଜୟ କରିବା ପାଇଁ ଖୁବ୍‌ ପ୍ରୟାସ କରିଥିଲେ। ହେଲେ କେହି ସଫଳ ହୋଇପାରି ନ ଥିଲେ, ଯେଉଁ କାରଣରୁ ୩୫୦ ବର୍ଷର ପୁରୁଣା ଏହି କିଲ୍ଲାକୁ ‘ଅଜେୟ କିଲ୍ଲା’ ବୋଲି କୁହାଯାଇଥାଏ।

କିଲ୍ଲାର କବାଟଗୁଡ଼ିକୁ କାନ୍ଥ ଆଡ଼ୁଆଳରେ ତିଆରି କରାଯାଇଛି। କିଲ୍ଲାଠାରୁ କିଛି ମିଟର ଦୂରକୁ ଚାଲି ଗଲେ, ସେଗୁଡ଼ିକ ଧୀରେ ଧୀରେ ଅଦୃଶ୍ୟ ହୋଇଯାଇଥାଏ। କୁହାଯାଏ କି, ଶତ୍ରୁମାନେ କିଲ୍ଲା ପାଖକୁ ଆସୁଥିବାରୁ ଏଭଳି ନିର୍ମାଣ କରାଯାଇଛି, ଯେଉଁଥିପାଇଁ ସେମାନେ ଚକମା ଖାଇଯାଆନ୍ତି ଏବଂ କିଲ୍ଲା ଭିତରକୁ ପ୍ରବେଶ କରିପାରନ୍ତି ନାହିଁ।

ଏହାସହ ପଢ଼ନ୍ତୁ: ବାଇକ୍‌ ସାଇରନରେ ‘ଗଲି ବୟ’ର ଜବରଦସ୍ତ ଡ୍ୟାନ୍ସ, ଧୁମ୍‌ ମଚାଉଛି ଭାଇରାଲ ଭିଡିଓ

୧୫ଶ ଶତାବ୍ଦୀରେ ମଲ୍ଲିକ ଅମ୍ବରଙ୍କ ତତ୍ତ୍ୱାବଧାନରେ ଅଜେୟ କିଲ୍ଲା ନିର୍ମାଣ କରାଯାଇଥିଲା। ଏହାର କବାଟଗୁଡ଼ିକ ୪୦ ଫୁଟ ଉଚ୍ଚ କାନ୍ଥ ଦ୍ୱାରା ଘେରା ହୋଇ ରହିଛି। ଇତିହାସ କହେ, କିଲ୍ଲାର ନିର୍ମାଣ ୨୨ ବର୍ଷରେ ପୂରା ହୋଇଥିଲା। ୨୨ ଏକର ଜାଗାରେ ଛିଡ଼ା ହୋଇଥିବା ଏହି କିଲ୍ଲାରେ ୨୨ଟି ସୁରକ୍ଷା ଚୌକି ରହିଛି। ଏପରି କି, ଏଠାରେ ସିଦ୍ଦିକୀ ଶାସକମାନଙ୍କର କେତେକ ତୋପ ଏବେ ମଧ୍ୟ ପ୍ରତ୍ୟେକ ସୁରକ୍ଷା ଚୌକିରେ ରଖାଯାଇଛି।

ବିଶ୍ୱାସ କରାଯାଏ, ଏହି କିଲ୍ଲା ପଞ୍ଚ୍‌ ପୀର୍‌ ପଞ୍ଜାତନ ଶାହ ବାବାଙ୍କ ସଂରକ୍ଷଣରେ ରହିଛି। ଶାହ ବାବାଙ୍କ ମକବାରା ମଧ୍ୟ ଏଠାରେ ଅଛି। ତେବେ ସବୁଠାରୁ ରହସ୍ୟମୟ ଜିନିଷ ହେଉଛି, କିଲ୍ଲାରେ ଥିବା ପୋଖରୀ। ସମୁଦ୍ରର ଲୁଣି ପାଣି ମଝିରେ ଥିବା ସତ୍ତ୍ୱେ ପୋଖରୀ ପାଣି ବେଶ୍‌ ମିଠା ଲାଗିଥାଏ। ହେଲେ ଏହି ପାଣି କେଉଁଠୁ ଆସେ, ତାହା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago