ସ୍ପେଶାଲ

ସନ୍ଧ୍ୟା ପରେ ଏହି ମନ୍ଦିରକୁ ପ୍ରବେଶ ମନା, ମଣିଷରୁ ପଥର ପାଲଟିଯାନ୍ତି ଜୀବନ୍ତ ଲୋକେ

ଆମ ଦେଶ ଭାରତରେ ରହସ୍ୟମୟ ତଥା ପ୍ରାଚୀନ ମନ୍ଦିର ସଂଖ୍ୟା କିଛି କମ ନାହିଁ । ଏମିତି ଏକ ରହସ୍ୟମୟ ମନ୍ଦିର ରାଜସ୍ଥାନରେ ଅଛି । ଏହି ମନ୍ଦିରକୁ ସନ୍ଧ୍ୟା ପରେ ସାଧାରଣ ଲୋକଙ୍କୁ ଯିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ରାତି ସମୟରେ ତ ଭୁଲରେ ବି ଜଣେ ଲୋକଙ୍କୁ ସେଠାରେ ଦେଖିବାକୁ ମିଳେ ନାହିଁ | ଏହା ପଛରେ ବି ଏକ ରୋଚକପୂର୍ଣ୍ଣ କାରଣ ରହିଛି । ସ୍ଥାନୀୟ ଅଧିବାସୀଙ୍କର ବିଶ୍ୱାସ ରହିଛିଯେ ଯେଉଁ ମାନେ ସନ୍ଧ୍ୟା ପରେ ସେଠାକୁ ଯିବେ ଜୀବନ୍ତରୁ ପଥର ପାଲଟିଯିବେ । ରାଜସ୍ଥାନର ବାଡମେର ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରକୁ “କିରାଡ଼ୁ ମନ୍ଦିର” ନାଁରେ ଜଣାଯାଏ । ଏହାକୁ ରାଜସ୍ଥାନର ଖଜୁରାହୋ ବୋଲି ମଧ୍ୟ କୁହାଯାଏ । ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରଟିର ଦେଶ ତଥା ଦେଶ ବାହାରେ ବି ଖୁବ ପ୍ରସିଦ୍ଧି ରହିଛି । “କିରାଡ଼ୁ ମନ୍ଦିର” ଥିବା ଏହି ସ୍ଥାନକୁ ୧୧୬୧ ଖ୍ରୀଷ୍ଟାବ୍ଦରେ “କୀରାଟୁ କୂପ” କୁହାଯାଉଥିଲା । ଏହା ପରିସରରେ ୫ ଟି ମନ୍ଦିର ରହିଛି ।

ଏମଧ୍ୟରୁ ବିଷ୍ଣୁ ଓ ଶିବଙ୍କ ମନ୍ଦିର କିଞ୍ଚିତ ଭଲ ଅବସ୍ଥାରେ ଥିବାବେଳେ ଅନ୍ୟଗୁଡିକ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଏହାର ନିର୍ମାଣ କେଉଁ ମାନେ କରିଥିଲେ ସେବାବଦରେ ସଠିକ ଭାବେ ଜଣା ପଡିନଥିଲେ ମଧ୍ୟ ଶୈଳୀରୁ ଏହାକୁ ଗୁଜ୍ଜର, ପ୍ରତିହାର କିମ୍ବା ସଙ୍ଗମ ବଂଶୀ ରାଜାମାନେ ନିର୍ମାଣ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଲୋକକଥା ଅନୁଯାୟୀ, କିଛି ବର୍ଷ ପୂର୍ବେ ଜଣେ ସିଦ୍ଧ ସାଧୁ ନିଜର କିଛି ଶିଷ୍ୟ ମାନଙ୍କ ସହ ଏହି ମନ୍ଦିରକୁ ଆସିଥିଲେ । ଦିନେ ଶିଷ୍ୟମାନଙ୍କୁ ଛାଡ଼ି ସେ ପାଖ ଜାଗାକୁ ଭ୍ରମଣ କରିବାକୁ ଯାଇଥିଲେ | ଏଭିତରେ ଜଣେ ଶିଷ୍ୟଙ୍କ ଦେହ ଖରାପ ହେବାରୁ ଅନ୍ୟମାନେ ଗାଁ ଲୋକଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥିଲେ । କିନ୍ତୁ କେହି ବି ଶିଷ୍ୟ ମାନଙ୍କୁ ସାହାଯ୍ୟ କରିନଥିଲେ । ସାଧୁ ଫେରିବା ପରେ ସବୁ କଥା ଜାଣି ଖୁବ ରାଗି ଯାଇଥିଲେ । ଆଉ ଗାଁ ଲୋକଙ୍କୁ ଅଭିଶାପ ଦେଇଥିଲେକି ସୂର୍ଯ୍ୟାସ୍ତ ହେବା ପରେ ସମସ୍ତେ ପଥର ପାଲଟିଯିବେ ।

ପରେ ଜଣାପଡିଥିଲା ଗାଁର ଜଣେ ମହିଳା ସାଧୁଙ୍କ ଶିଷ୍ୟ ମାନଙ୍କୁ ସାହାଯ୍ୟ କରିଥିଲେ । ସାଧୁ ତାଙ୍କ ଉପରେ ପ୍ରସନ୍ନ ହୋଇ କହିଥିଲେକି ପଛକୁ ନ ଅନାଇ ଯଥାଶୀଘ୍ର ଗାଁ ଛାଡ଼ିପଳାନ୍ତୁ । କିନ୍ତୁ ମହିଳା ଏହାକୁ ମାନି ନଥିଲେ ଆଉ ଯାଉ ଯାଉ ପଛକୁ ଅନାଇ ଚାହିଁଦେଇଥିଲେ । ଫଳରେ ସେହିଠାରେ ହିଁ ସେ ପଥର ପାଲଟି ଯାଇଥିଲେ । ମନ୍ଦିର ଠାରୁ କିଛି ଦୂରରେ ମହିଳାଙ୍କର ଏକ ମୂର୍ତ୍ତି ବି ସ୍ଥାପିତ ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago